‘ଇକୋ’ କ୍ଲବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସେଣ୍ଟର ଫର ଏନଭାଇରୋମେଣ୍ଟ ଷ୍ଟଡିଜ୍ ( ସିଇଏସ) ସହାୟତା ରେ ଆୟୋଜିତ କାର୍ଯ୍ୟକ୍ରମରେ ‘ପ୍ଲାଷ୍ଟିକର ବିକଳ୍ପ ଓ ଜୀବିକା ନିର୍ବାହରେ ପୁରୁଣା କାଗଜ ଓ ଶୁଖିଲା ପତ୍ରର ଭୂମିକା’ ବିଷୟ ଭିତ୍ତିକ ପ୍ରଶିକ୍ଷଣ ଶିବିରକୁ ବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣି ସାହୁ ଉଦଘାଟନ କରିଥିଲେ।ଇକୋ କ୍ଳବ୍ ମୂଖ୍ୟ ପରିଚାଳିକା ଅଧ୍ୟାପିକା ରାଜଲକ୍ଷ୍ମୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିର ରେ ସାନଖେମୁଣ୍ଡି ବ୍ଲକ ଛଣମେରୀ ଗ୍ରାମ ନିକଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ବିବେକାନନ୍ଦ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁଥିବା ମୁଖ୍ୟଅତିଥି ମତବ୍ୟକ୍ତ କରିବା ସହ ପୁରୁଣା ଖବର କାଗଜ ଓ ଶୁଖିଲା ପତ୍ର ଦ୍ବାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତକରି ଜୀବିକା ନିର୍ବାହ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ଙ୍କ ମଧ୍ୟରେ ହସ୍ତଶିଳ୍ପ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଅନ୍ଯ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


