ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବିଭିନ୍ନ ସାମାଜିକ ସମସ୍ୟା ତଥା ତାହା ଜଡିତ ନ୍ୟାୟିକ ଦୃଷ୍ଟିକୋଣକୁ ନେଇ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡ଼ି.ଏଲ.ଏସ.ଏ) ତରଫରୁ ସ୍ଥାନୀୟ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର, ବରିଷ୍ଠ ନାଗରିକ ମଞ୍ଚର ସଭାପତି ରାମଚନ୍ଦ୍ର ପାଢ଼ୀ, ମାଧବ ଅଧିକାର ସୁରକ୍ଷା ପରିଷଦ ସଙ୍ଗଠନର ଅଧ୍ୟକ୍ଷ ଆଲୋକ କୁମାର ବୋଷ, ଓକିଲ ଇତିଶ୍ରୀ ମହାପାତ୍ର, ଅଖିଳ ଭାରତୀୟ ଯୁବା ଜନ ସେବା ସମିତିର ଅଧ୍ୟକ୍ଷ କୁମାର ରେଡ୍ଡୀ, ଗାୟତ୍ରୀ ପରିବାରର ସନ୍ତୋଷ ଗନ୍ତାୟତ ତଥା ସାମାଜିକ କର୍ମୀ ମନୋଜ ଦାଶ ପ୍ରମୁଖ ଉପସ୍ଥିତ ରହି ଆଇନର ବିଭିନ୍ନ ଦିଗ ବିଷୟରେ ତର୍ଜମା କରିବା ସହ, ତୃତୀୟ ଲିଙ୍ଗୀବ୍ୟକ୍ତି ବିଶେଷଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବା ସହ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା, ଆଇନଗତ ସହାୟତା ଓ ସରକାରୀ ସୁବିଧା ସମ୍ବନ୍ଧରେ ବିଶେଷ ସୂଚନା ପ୍ରଦାନ କରିଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ ସାଇବର ଫ୍ରଡ଼ରୁ କିଭଳି ଜଣେ ବର୍ତ୍ତି ପାରିବ ତଥା ନୂଆ ଆଇନ ଅନୁଯାୟୀ ତ୍ୱରିତ ନ୍ୟାୟ ପାଇପାରିବ ସେ ନେଇ ଆଜି ବିଶେଷ ଚର୍ଚ୍ଚା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଥାନାର କର୍ମଚାରୀ ତଥା ଜିଲ୍ଲା ନ୍ୟାୟାଳୟର କର୍ମଚାରୀ ସାହାଯ୍ୟ ସହଯୋଗର ହାଥ ବଢାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ