ଖଦି ଗ୍ରାମ୍ୟଦ୍ୟୋଗ ଆୟୋଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ହାଟଡିହି (ଓ୍ବାଇଏନଏସ): କେନ୍ଦ୍ର ସରକାରଙ୍କ ପି.ଏମ.ଇ.ଜି.ପି. ଯୋଜନା ମାଧ୍ୟମରେ ରାଜ୍ୟ ଖଦି ଓ ଗ୍ରାମଦ୍ୟୋଗ  ଆୟୋଗ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେbଏଭଳି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ଖଦି ଉଦ୍ୟୋଗ ଟ୍ରେନର ଡଲିରାଣୀ ପ୍ରଧାନ, ପ୍ରୋଗ୍ରାମ ମ୍ୟାନେଜର ଗୋପାଳ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର, ବିଜେପି ନେତା ତଥା ସମାଜସେବୀ ଆଲୋକ ସେଠୀ, ପନ୍ଦାଡୋ ସରପଞ୍ଚ ସସ୍ମିତା ଓଝା, ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ  ରବୀନ୍ଦ୍ର ମହାକୁଡ଼, ଛେନାପଦି ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ  ଭବେଶ କୁମାର ସେଠୀ, ପୂର୍ବତନ ସରପଞ୍ଚ ନିକୁଞ୍ଜ ଓଝା ପ୍ରମୁଖ ଯୋଗ ଦେଇ ପିଏମଇଜିପି  ଯୋଜନା ହେଉଛି ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ।  ଯାହାର ମୂଳ ଲକ୍ଷ ହେଉଛି ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରି ରୋଜଗାରକ୍ଷମ କରେଇବା।  ଏହି ଯୋଜନା ମାଧ୍ୟମରେ ଲୋକମାନେ ସବସିଡରେ ବ୍ୟାଙ୍କ ଋଣ ନେଇ ନିଜର ବ୍ୟବସାୟ ବଢ଼ାଇ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଅତିଥି ମାନେ ମତ ରଖିଥିଲେ। ଏହି ଯୋଜନା ମାଧ୍ୟମରେ ଲୋକମାନେ ବ୍ୟାଙ୍କ ଋଣ, ସବସିଡି, ପ୍ରଶିକ୍ଷଣ ଏବଂ ମାର୍ଗଦର୍ଶନ ପାଇ ନିଜର ଛୋଟ ଓ ମଝିଆ ବ୍ୟବସାୟ ଆରମ୍ଭକରିପାରୁଛନ୍ତି । ଏହି ଅବସରରେ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ଲୋକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ  ଉଦ୍ୟୋଗ ଟ୍ରେନର ଡଲିରାଣୀ ପ୍ରଧାନ। ପନ୍ଦାଡୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ଏହି ଯୋଜନାରେ ସାମିଲ ହେବାପାଇଁ ଆସିଥିବା ମହିଳା ଓ ଯୁବକ ମାନଙ୍କୁ ଖଦି ଉଦ୍ୟୋଗର ଅଧିକାରୀ ମାନେ ପିଏମଇଜିପିର ନିୟମାବଳୀ ଉପରେ ଆଲୋକପାତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ