ବାଲ୍ୟବିବାହ ମୁକ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ

ବୁଗୁଡା (ଅନୀଲ କୁମାର ମହାରଣା) ବୁଗୁଡା ବ୍ଳକ  ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଅକ୍ଷୟ ତୃତୀୟା ଠାରୁ ସପ୍ତାହ ବ୍ଯାପୀ ବାଲ୍ଯ ବିବାହ ମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ  ଅଞ୍ଚଳ ପରିଦର୍ଶିକା ଲିଲି ଶବରଙ୍କ ଅଧ୍ୟକ୍ଷତାରେ ୦୧/୦୫/୨୫ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର କିଶୋରୀ ବାଳିକାମାନଙ୍କୁ ନେଇ ଏକ ବୈଠକ କରାଯାଇ ବିଷ୍ଣୁଚକ୍ର ଗ୍ରାମକୁ ବାଲ୍ଯ ବିବାହ ମୁକ୍ତ ଗ୍ରାମରେ ପରିଣତ କରିବା ପାଇଁ ସଚେତନତା କରାଯାଇଥିଲା।କମ୍ ବୟସରେ ବିବାହ ଏକ ଆଇନ ବିରୋଧୀ ହେବା ସହ ବାଳିକାର ସ୍ୱାସ୍ଥ୍ୟ ଓ ସନ୍ତାନ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।  ତେଣୁ ନିଜେ ସଚେତନ ରହି ଅନ୍ଯମାନଙ୍କୁ ସଚେତନତାର ବାର୍ତ୍ତା ଦେବାପାଇଁ ଏକ ଶପଥ ପାଠ କରାଇ କନ୍ୟା ସନ୍ତାନ କୁ ୧୮ ବର୍ଷ ପୂର୍ବରୁ ବିବାହ ନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା।ପରିଶେଷରେ ଏକ ରାଲି ମାଧ୍ୟମରେ ବିଷ୍ଣୁଚକ୍ର ଗ୍ରାମର ପ୍ରତ୍ୟେକ ସାହି ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଯଶସ୍ବିନୀ ପଟ୍ଟନାୟକ, ରଞ୍ଜୁ ସେଠୀ, ଜ୍ୟୋତ୍ସ୍ନା କୁମାରୀ ପରିଡା ଓ ସୁନିତା ବେହେରା ସମେତ ଅଙ୍ଗନବାଡ଼ି ସହାୟିକା ଓ କିଶୋରୀ ବାଳିକା ବୃନ୍ଦ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ