ବୃକ୍ଷରୋପଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବୁଗୁଡା,(ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ କୁବରେଶ୍ୱର ମନ୍ଦିର ପରିସରରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ କବି ଅନନ୍ତ କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରକୃତି ବନ୍ଧୁ ଗୋପାଳ ଚନ୍ଦ୍ର ପାତ୍ର, ଶିକ୍ଷାବିତ୍ ରାମଚନ୍ଦ୍ର ସାହୁ, ନିଉ ଏରା ପବ୍ଲିକ ସ୍କୁଲ ର ସ୍କାଉଟ ଶିକ୍ଷକ ବୈଷ୍ଣବ ଚରଣ ଦାଶ, ଚନ୍ଦନ ସ୍ୱାଇଁ, ବିକ୍ରମ ସେଠୀ, ଆଶୁତୋଷ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଉପକାରୀତା ସମ୍ପର୍କରେ ବୁଝାଇଥିଲେ। ବିଶ୍ୱକୁ ରକ୍ଷା କରିବାର ଏକ ମାତ୍ର ଉପାୟ ହେଉଛି ବ୍ୟାପକ ବୃକ୍ଷରୋପଣ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଶ୍ରୀକର ଭଞ୍ଜ ଓପେନ ୟୁନିଟ ଓ ନିୟୁ ଏରା ପବ୍ଲିକ ସ୍କୁଲ ର ସ୍କାଉଟ ଏଣ୍ଡ ଗାଇଡ୍ସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କେ. ପୁଷ୍ପା ପାତ୍ର ପ୍ରଥମ, ମାନସ କୁମାର ଦାଶ ଦ୍ଵିତୀୟ ଓ ତୃପ୍ତିରାଣୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସଚେତନତା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ଅମ୍ରିତ ସାଗର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।