ମହିଳାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଏସ:ଡବ୍ଲ୍ୟୁ:ଡବ୍ଲ୍ୟୁ:ଏସ: ଓ ସଖୀ ୱାନ ଷ୍ଟପ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ମହିଳା ମାନଙ୍କ ଅଧ ଅଧୂକାର ଓ ସୁରକ୍ଷା ସମ୍ପର୍କିତ ଏକ ।ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ହୋଇଯାଇଛି । ସମାଜସେବୀ ତଥା ତୃତୀୟ ଲିଙ୍ଗି ସମାଜର ଜିଲ୍ଲା ସମ୍ପାଦିକା ଜସ୍ମିନ ସେଖ ଙ୍କ ସହଯୋଗ ଓ ପରିଚାଳନାରେ ଏହି ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଏସ:ଡବ୍ଲ୍ୟୁ:ଡବ୍ଲ୍ୟୁ:ଏସ:- ଟିଆଇ: ପ୍ରକଳ୍ପ ପରିଚାଳିକା ପି: ସୁନିତା ,କାଉନସିଲର ଏ: ମମତା, ଓ:ଆର:ଡବ୍ଲ୍ୟୁ:- ଉର୍ବଶୀ ଜେନା, ସଖୀ ୱାନ ଷ୍ଟେପ କେନ୍ଦ୍ରର ସୁନିତା ବେହେରା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଗାୟତ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ । ଏହି ମଞ୍ଚାସିନ ଅତିଥ୍ ମାନେ ଉପସ୍ଥିତ ମହିଳା ମାନଙ୍କୁ ମୁଖ୍ୟତଃ ଭାବେ ବାଲ୍ୟ ବିବାହ ନିଷେଧ, ମହିଳା ମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧୂକାର, ସଶକ୍ତିକରଣ, ହେଲ୍ସ ଲାଇନ-୧୦୯୮, ଏମ:କେ:ବି:ୱାଇ:, ଶକ୍ତି ସଦନ ଓ ଓ:ଏସ:ସି: ର ସାହାଯ୍ୟ, ନ୍ୟାୟ ଓ ସମ୍ମାନ ଏଭଳିବିଭିନ୍ନ ବିଷୟ ଉପରେ ସଚେତନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତୃତୀୟ ଲିଙ୍ଗୀ ସମାଜର ସଭାନେତ୍ରୀ ମଧୁ ବରାଡ, ଓ:ଆର:ଡବ୍ଲ୍ୟୁ: ର ଲିନୁ ସୁବୁଦ୍ଧି, ମମତା ପଟ୍ଟନାୟକ, ରମ୍ଭା ଜେନା ଓ ପ୍ରୀୟାଂଶ ଓ ଆଇ:ଏସ:ଆର:ଡି: ସଖୀ-ୱାନ ଷ୍ଟେପ କେନ୍ଦ୍ରର ସଦସ୍ୟା ତଥା କାଉନସିଲର ମାନଙ୍କ ସମେତ ୭ ନଂ: ୱାର୍ଡ ର ଗୁନ୍ଥୁୱାରୀ ସାହି ଓ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ