ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ବନାଞ୍ଚଳ ତରଫରୁ ମୁନିଖୋଲ ପଞ୍ଚାୟତ,ନିୟମଗିରି ଅନ୍ତର୍ଗତ ଶକଟା ଗ୍ରାମ ଠାରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଯୋଗାଇ ଦେବାପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ରେଞ୍ଜର ପ୍ରବୀଣ କୁମାର ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଗୌରାଙ୍ଗ ଚରଣ ରାଉତ,ବନରକ୍ଷୀ ରୋନୀତ ମହାରଣା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ଡଙ୍ଗରିଆ ଜନଜାତି ସମ୍ପ୍ରଦାୟର ବନବାସୀ ମାନଙ୍କୁ ଜଙ୍ଗଲର ଉପକାରିତା, ପରିବେଶର ସୁରକ୍ଷା ଏବଂ ବିଶେଷକରି ଜଙ୍ଗଲକୁ ନିଆଁ କବଳରୁ ସୁରକ୍ଷା ଦେବା ପାଇଁ ସଚେତନତା କରିଥିଲେ। ରେଞ୍ଜର ପ୍ରବୀଣ ଦାସଙ୍କ କହିବା କଥା ଜୀବନ ବଞ୍ଚାଇବାକୁ ହେଲେ ଜଙ୍ଗଲକୁ ବଞ୍ଚାଇବା ନିହାତି ଆବଶ୍ୟକ। ହେଲେ ଏବେ ସାଧାରଣ ଜନତା ଜଙ୍ଗଲରେ ନିଆଁ ଲାଗିବା ଦେଖିକରି ଚୁପ ରହିବା,କିଛି ନିଆଁ ଲଗେଇବାରେ ଭୂମିକା ନିଭାଇଛନ୍ତି ଆଉ କିଛି ଯୁବାବର୍ଗ ବେଳେ ବେଳେ ପାଖ ଜଙ୍ଗଲ ପାଖ ପଡ଼ିଆରେ ସାଥି ମାନଙ୍କ ସହ ଖେଳୁଥିବା ବେଳେ ଜଙ୍ଗଲରେ ନିଆଁ ଦେଖି ଅଣଦେଖା କରିବା ଅନେକ ପରିବେଶବିତ୍ ମାନଙ୍କୁ ବିସ୍ମିତ କରୁଥିବା ସେ ଦୁଃଖର ସହ କହିଥିଲେ। ନିୟମଗିରି ଜଙ୍ଗଲ ହେଉଛି ପୃଥିବୀର ଜୈବ ବିବିଧତାର ଗନ୍ତାଘର, ଏହାର ପ୍ରାକୃତିକ ଶୋଭାରାଜିି,ଅନେକ ଔଷଧୀୟ ବନସ୍ପତିର ବିପୁଳ ଭଣ୍ଡାର ଓ ଅସୁମାରୀ ପୃଷ୍ଟିକର ଖାଦ୍ୟ ଏବଂ ଅନେକ ଜଳସ୍ରୋତର ଉପତ୍ୟକା ହେଉଛି ଏହି ଜଙ୍ଗଲ। ଏହାର ସୁରକ୍ଷା,ବିଶେଷକରି ନିଆଁ ଦାଉରୁ ଏହାକୁ ରକ୍ଷା କରିବାକୁ ଗ୍ରାମବାସୀ ମାନଙ୍କୁ ବନରକ୍ଷୀ ରୋନିତ ମହାରଣା ଆଗ୍ରହ କରିଥିଲେ। ପରିବେଶବିତ୍ ଶ୍ରୀ ରାଉତ ଆଗ ଗଛ,ଆଉ ସବୁ ପଛ ବିଷୟକୁ ନେଇ ଜଙ୍ଗଲ ଓ ଆଦିବାସୀ ଅଙ୍ଗାଙ୍ଗୀ,ଏଣୁ ଜଙ୍ଗଲ ଯେପରି ମାନବ ଜାତିକୁ ସର୍ବସ୍ବ ଦେଉଛି ସେହିପରି ମଣିଷ ଜଙ୍ଗଲର ଋଣ ସୂଜିବା ଉଚିତ ନୁହେଁ କି? ବୋଲି କହିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ବନ୍ୟପ୍ରାଣୀ ସୁରକ୍ଷା କର୍ମୀ ରାଜୀବ ରାଉତ,ବାନାଗ୍ନୀ ନିୟନ୍ତ୍ରକ କର୍ମୀ ଲକ୍ଷ୍ମୀକାନ୍ତ ନୁଣ୍ଡ୍ରୁକା ଏବଂ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ