ଡିଜିଟାଲ ସୁରକ୍ଷା ଓ ସାଇବର ବୁଲିଂ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

କଟକ, (ଓ୍ବାଇଏନଏସ): ସାଇବର ସୁରକ୍ଷା ଓ ସଚେତନତା ସମ୍ବନ୍ଧିତ ଏକ ଦିନିକିଆ କାର୍ମଶାଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ବିଭାଗ କାର୍ଯ୍ୟଳୟ ତରଫରୁ ବେଟୀ ବଚାଓ ବେଟୀ ପଢାଓ ଯୋଜନା ଅନ୍ତର୍ଗତ ଡିଜିଟାଲ ସୁରକ୍ଷା ଓ ସାଇବର ବୁଲିଂ ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରଶ୍ମିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଯୁବସମାଜକୁ ଡିଜିଟାଲ ଜଗତରେ ସୁରକ୍ଷିତ ରହିବା, ସାଇବର ଅପରାଧରୁ ସଚେତନ ହେବା ଏବଂ ସାଇବର ବୁଲିଂ ସମସ୍ୟାକୁ ଠିକ୍‌ ଭାବେ ମୁକାବିଲା କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସମୟରେ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆର ବୃଦ୍ଧି ସହିତ ସାଇବର ବୁଲିଂ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଭାବରେ ଦେଖା ଯାଉଛି ଏହି କାରଣରୁ ସାଇବର ବୁଲିଂ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର, ଅପମାନଜନକ ମେସେଜ, ଅନୁଚିତ ମନ୍ତବ୍ୟ, ନକଲି ଏକାଉନ୍ଟ ମାଧ୍ୟମରେ ହେଉଥିବା ଉତ୍ପୀଡନ ଆଦି ବିଷୟରେ ଆଲୋଚନା କରଯାଇଥିଲା । ସାଇବର ବୁଲିଂ ହେଲେ କେଉଁଠି ଏବଂ କିପରି ଅଭିଯୋଗ କରିବା ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ସାଇବର ହେଲ୍ପଲାଇନ୍ ଓ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ଶେଷରେ ବିଭିନ୍ନ ବ୍ଲକରୁ ଆସିଥିବା କିଶୋରୀମାନଙ୍କୁ ସେମାନଙ୍କ ପାରଦର୍ଶିତା ପାଇଁ ଉପହାର ସ୍ଵରୂପ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିନାକ୍ଷୀ ଠାକୁର, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବବିତା ଜେନା, ଅତିରିକ୍ତ ଶିକ୍ଷା ଅଧିକାରୀ ମାନସୀ ଦଳେଇ, ଆଇନଜୀବୀ ବିଜୟକୁମାର ପଣ୍ଡା, ପ୍ରକଳ୍ପ ଅଧିକାରୀ ସ୍ଵର୍ଣ୍ଣମୟୀ ଦାସ, ଜିଲ୍ଲା ସଂଯୋଜକ ରଶ୍ମୀରଞ୍ଜନ ସ୍ଵାଇଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ