ନିଶା ସେବନ ଉପରେ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଆଇ.ଆର.ସି.ଏ କକ୍ଷରେ ନିଶା ସେବନ ଓ ଯୁବ ପିଢିଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ବିଡିଓ ନିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତମାନ ସମାଜରେ ଅଧିକାଂଶ ଯୁବପିଢି ବିଭିନ୍ନ ପ୍ରକାର ନିଶାସେବନ କରୁଛନ୍ତି। ନିଶାଦ୍ରବ୍ୟ ବ୍ୟବହାର କରିବା ଫଳରେ ସ୍ୱାସ୍ଥ୍ୟ, ସାମାଜିକ, ପାରିବାରିକ, ଅର୍ଥନୈତିକ ଆଦି ଦିଗରେ କୁପ୍ରଭାବ ପକାଉଛି। ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ ହେଲେ ଯୁବ ପିଢି ନିଶା ସେବନର କୁପ୍ରଭାବ ବିଷୟରେ ବୁଝିବା ସହିତ ନିଶା ସେବନ ଠାରୁ ଦୁରେଇ ରହିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ନିଶା ସେବନ ଠାରୁ ଦୁରେଇ ରହିବା ପାଇଁ ଏକ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡି.ଏସ.ଏସ.ଓ ମମତା ନାୟକ ପରିଚାଳନା କରୁଥିବା ବେଳେ ଭାରାପ୍ରାପ୍ତ ବି.ଏସ.ଏସ.ଓ ଇନ୍ଦ୍ରମଣୀ ପ୍ରଧାନ ଓ କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ