ବାଲ୍ୟ ବିବାହ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସଦଭାବନା ଗୃହ ଠାରେ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବାଲ୍ୟ ବିଭାହ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଉପ ଜିଲାପାଳ ରମେଶ କୁମାର ଜେନା,ଉକ୍ତ କର୍ମଶାଳା ନୋଡାଲ ପ୍ରୋଗ୍ରାମ ଅଧିକାରୀ ଯୋଗ ଦେଇ ବାଲ୍ୟ ବିବାହ କୁ କିଭଳି ସମ୍ପୂର୍ଣ ରୂପେ ନିଷେଧ କରାଯାଇପାରିବ ଏହି ଦିଗରେ ଥିବା ସମସ୍ୟା ଓ ଏହାର ସମାଧାନ ବିଷୟରେ ଆଲୋକପାତ କରିଥିଲେ । ବିଡ଼ିଓ ମନୀଷା ଦାସ, ବ୍ଲକ ଅଧ୍ୟକ୍ଷ୍ୟ ଅମ୍ରିତା କାଡ୍ରାକା, ଥାନା ଅଧିକାରୀ ନୀଳକଣ୍ଠ ବେହେରା , ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶୈଳଜା ଦାସ, ଡାକ୍ତର ଅନୁଭବ ସାହୁ, ଦିବାକର ପରିଛା, ପ୍ରମୁଖ ରହିଥିଲେ ।କଣ ପଦକ୍ଷେପ ନିଆଯାଉଛି ସେହି ବିଷୟରେ ଉପସ୍ଥିତ ସଦସ୍ୟା ଙ୍କୁ ବୁଝାଇଥିଲେ । କର୍ମଶାଳା ରେ ଯୋଗଦେଇ ବାଲ୍ୟବିବାହ କୁ ସମାଜରୁ ମୂଳ ଉତ୍ପାଦନ କରିବା ପାଇଁ ଆବଶ୍ୟକ ସଚେତନତା କରାଯିବା ସହ ଦୃଷ୍ଠାନ୍ତ ମୂଳକ ପଦକ୍ଷେପ ନେଇ ଅପରାଧୀଙ୍କୁ ଉଚିତ ଦଣ୍ଡ ବିଧାନ କରିବା ନିମନ୍ତେ ନିଜ ବକ୍ତବ୍ୟ ରେ ରହିଥିଲେ । ଶିଶୁ ବିକାଶ ଅଧିକାରୀ ତଥା ମାଝୀଗୁଡା ସୁପ୍ରଭାଇଜର ବି ଜୟଲକ୍ଷ୍ମି କର୍ମଶାଳା ର ଉଦ୍ଦେଶ୍ୟ ଏବଂ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ୍ର କରିଥିଲେ । ଉକ୍ତ କର୍ମଶାଳା ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମଚାରୀ, ଅଙ୍ଗନବାଡି କର୍ମୀ ପଞ୍ଚାଯତ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଶା କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଟେଣ୍ଟ ହାଉସ ମାଳିକ, ବିଭନ୍ନ ଜାତି ଓ ବିଭିନ୍ନ ସମାଜ ମୁଖ୍ୟମାନେ ଉପସ୍ଥିତ ଥିଲେ । କର୍ମଶାଳା ମିଶନ ଶକ୍ତି ବ୍ଳକ ପ୍ରକଳ୍ପ ସଂଯୋଜକ ପରିଚାଳନା କରିଥିବା ବେଳେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟର ମଣ୍ଡଳ ପରିଦର୍ଶିକା, ସମସ୍ତ କର୍ମଚାରୀ, ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଚେତନତା କର୍ମଶାଳା ଟିକୁ ସମାପ୍ତ କରିଥିଲେ ।