ଯୌନ ଶୋଷଣ ଆଇନ୍ ଓ ହରିଜନ ନିର୍ଯ୍ୟାତନା ଆଇନ୍ ଉପରେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣିର ଚରଣ ପଣ୍ଡା) ଆଜି ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା ଆଦିବାସୀ ହରିଜନ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାପିଠରେ ମୋହନା ତାଲୁକ ଆଇନ୍ ସେବା କମିଟି ତରଫରୁ କାର୍ଯ୍ୟ ସ୍ଥଳରେ ମହିଳାଙ୍କ ଉପରେ ଯୌନ ଶୋଷଣ ଆଇନ୍ ୨୦୧୩ ଓ ଆଦିବାସୀ ହରିଜନ ନିର୍ଯ୍ୟାତନା ଆଇନ୍ ୧୯୮୯ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ୍ ସେବା କମିଟି ର ଅଧ୍ୟକ୍ଷ ଶ୍ରୀ ଶୁଭଜିତ୍ ବେହେରା ସଭାପତିତ୍ଵ କରିବା ସହ ଆଇନ୍ ଉପରେ ବୁଝାଇଥିଲେ । ଓକିଲ ସଂଘ ସଭାପତି ରବିନ୍ଦ୍ର ନାୟକ, ଉପସଭାପତି ସୀମାଞ୍ଚଳ କାର୍ଯ୍ୟ, ସଭ୍ଯ ଶ୍ରୀ ଦୁର୍ଯ୍ଯୋଧନ କରଡ଼ା ଆଇନ୍ ଉପରେ ବୁଝାଇ ଥିଲେ । ସେହିଭଳି ଜିତେନ୍ଦ୍ର କୁମାର ନାୟକ, ସୁନିତା ରଣସିଂହ, ବୈଦ୍ୟନାଥ ସିଂ, ଆଦିତ୍ୟ ନାରାୟଣ ତ୍ରିପାଠୀ, ସରକାରୀ ଓକିଲ, ଅଜିତ କୁମାର ତ୍ରିପାଠୀ, ଇନ୍ ଚାର୍ଜ ପ୍ରଧାନ ଶିକ୍ଷକ, ପ୍ରକାଶ ଚନ୍ଦ୍ର ମଲିକ୍, ଅଧ୍ୟକ୍ଷ, ସୁନିତା ସାହୁ, ସୁଦୀପ୍ତା ବେହେରା ଓ କୋର୍ଟ ର ସମସ୍ତ୍ ଷ୍ଟାପ ଯୋଗ ଦେଇଥିଲେ । ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ରୁ +2 ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ । ପ୍ରକାଶ ଚନ୍ଦ୍ର ମାଲିକ୍ ମଂଚ ପରିଚାଳନା କରିଥିଲେ।