ବିଶ୍ୱ ଦୃଷ୍ଟି ଦିବସ ଅବସରରେ ସଚେତନତା ରାଲି: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର, (ଓ୍ବାଇଏନଏସ) : ଅକ୍ଟୋବର ମାସର ଦ୍ଵିତୀୟ ଗୁରୁବାର କୁ ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ | ଏହି ଅବସରରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ  ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଆମ ଶାରୀରର ସମସ୍ତ ଅଙ୍ଗ ମଧ୍ୟ ରୁ  ଚକ୍ଷୁ  ହେଉଛି ଏକ ସ୍ୱତନ୍ତ୍ର ତଥା ମୂଲ୍ୟବାନ ଅଙ୍ଗ | ଆଖି ଦ୍ୱାରା ପଢିବା ଓ ଦେଖିବା ସହ ଅନେକ କାମ ହୋଇଥାଏ | ଏଥିରେ ଦୃଷ୍ଟି ଶକ୍ତି ହରାଇଵା ଦ୍ୱାରା ମଣିଷ ଅନ୍ଧ ହୋଇଯାଇଥାଏ | ତେଣୁ ଚକ୍ଷୁ ର ଯତ୍ନ ନେବା ସହ ତାକୁ ସୁସ୍ଥ ରଖିବା ନେଇ ପ୍ରତ୍ୟେକ ବ୍ୟକ୍ତି ସଚେତନତା ହେବା ଜରୁରୀ | ଏହି ସଚେତନତା  ରାଲି ମାଧ୍ୟମରେ  ଜନ ସାଧାରଣ ମାନଙ୍କୁ ବିଭିନ୍ନ ସଚେତନତା କରାଯାଇଥିଲା । ପ୍ରାରମ୍ଭରେ ଏହି ରାଲି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପରିସରରେ    ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ।  ଶଙ୍କର ଚକ୍ଷୁ ଚିକିତ୍ସାଳୟର ପରାମର୍ଶଦାତା ବି. ଶ୍ରୀନିବାସଙ୍କ ସଂଯୋଜନାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଏମଡି ଡାକ୍ତର ସ୍ମିତା କ୍ରିଷ୍ଣା ମୂର୍ତ୍ତି, ସିଇଓ ଡାକ୍ତର ଆଶିଷ କୁମାର ଝା, ଜିଏମ ଏସ ଆନନ୍ଦ ରମନ, ଆଇନଜୀବି ଡ଼ଃ ପ୍ରଶାନ୍ତ କୁମାର ଶତପଥୀ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାରଙ୍କ ସମେତ  ଶଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଏବଂ ବହୁ ବୁଦ୍ଧିଜିବୀ ମାନେ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ