ଶୂନ୍ୟ ମୃତାହତ ପକ୍ଷ ପାଳନ ନିମନ୍ତେ ବୁଲିଲା ସଚେତନତା ରଥ
ଛତ୍ରପୁର, (ଓ୍ବାଇଏନଏସ): ରାଜ୍ୟରେ ସଡକ ଦୃର୍ଘଟଣାକୁ ହ୍ରାସ କରିବା କରିବା ପାଇଁ ୧୬ ନଭେମ୍ବରରୁ ୩୦ ନଭେମ୍ବର ପ୍ରର୍ଯ୍ୟନ୍ତ ଶୂନ୍ୟ ମୃତାହତ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଗଞ୍ଜାମ ଆଚଂଳିକ ପରିବହନ ବିଭାଗ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ଶୂନ୍ୟ ମୃତାହତ ପକ୍ଷ ପାଳନ ନିମନ୍ତେ ଏକ ସଚେତନତା ରଥର ଶୁଭଉଦଘାଟନ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ପତାକା ଦେଖାଇ ଏହାକୁ ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଆରଟିଓ ଇ.ଦେବାଶିଷ ସ୍ୱାଇଁ,ଏମଭିଆଇ ରାଜ କୁମାର ବେହେରା ଙ୍କ ସମେତ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ରେ ଦୈନିକ ସଡକ ଦୁର୍ଘଟଣା ଘଟୁଛି । ଏହି ବର୍ଷ ମଧ୍ୟ ମୃତ୍ୟୁ ଓ ଦୃର୍ଘଟଣା ହାର ବୃଦ୍ଧି ପାଇଛି । ଏହି ରଥ ସମସ୍ତ ଅଚଂଳ ବୁଲି ଶୂନ୍ୟ ମୃତାହତ ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଇବ । ଏହି ରଥ ୩୦ ନଭେମ୍ବର ପ୍ରର୍ଯ୍ୟନ୍ତ ବୁଲିବ । ଏହି ପରିପେକ୍ଷିରେ ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡକ ଦୁର୍ଘଟଣା ହ୍ରାସ ,ଟ୍ରାଫିକ ସଚେତନତା ଓ ସଡକ ସୁରକ୍ଷା ନିୟମ ପାଳନ କରିବା ସହ ଯାଂଚକୁ ମଧ୍ୟ କଡାକଡି କରାଯାଇଛି । ବିଭିନ୍ନ ଛକ ମାନଙ୍କରେ ଗାଡି ଯାଂଚକୁ କଡାକଡି କରାଯାଇଛି । ଚାରି ଦିନ ମଧ୍ୟରେ ଗଞ୍ଜାମ ଓ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୬୨୩ଜଣ ଅମାନିଆ ସଡକ ସୁରକ୍ଷା ନିୟମ ମାନିଥିବାରୁ ସେମାନଙ୍କ ବିରୁଦ୍ଧରେ ଚାଲାଣ କଟାଯାଇଛି । ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୪୯୦ଟି ଓ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୧୪୩ ଜଣ ନିୟମ ଉଲ୍ଲଘଂନ କରିଥିବା ଗାଡି ଚାଳକଙ୍କ ବିରୁଦ୍ଧରେ ଚାଲାଣ କଟାଯିବା ସହ ଜୋରିମନା ପକାଯାଇଛି । ଜିଲ୍ଲା ରେ ଅଧିକ ସଡକ ଦୁର୍ଘଟଣା ହେଉଥିବା ବ୍ଲାକ ସ୍ପଟ ଅଚଂଳକୁ ଚିହ୍ନଟ କରାଯାଇ ଉକ୍ତ ସ୍ଥାନରେ କିପରି ଦୁର୍ଘଟଣା କମିବ ସେଠାରେ ବ୍ୟାପକ ସଚେତନତା ସହ ଏନ୍ସ ଫୋସମେଂଟ କରାଯାଉଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।


