ଚୌଦ୍ୱାର ବ୍ଲକରେ ଆୟୁଷ୍କାନ ଭାରତ ଶୁଭାରମ୍ଭ

କଟକ (ଓ୍ବାଇଏନଏସ): କଟକ ଟାଙ୍ଗୀ-ଚୌଦ୍ଵାର ବ୍ଲକ ଅଞ୍ଚଳରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂତନ ଏକକ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ସଫା,ଭଗତପୁର,ଭଟ୍ଟିମୁଣ୍ଡା, ଶନିତୋଟା, ଓ ମଙ୍ଗରାଜପୁର ଆଦି ୫ଗୋଟି ପ୍ରାଥମିକ ଆୟୁଷ୍କାନ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ ୪ଗୋଟି କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଡ଼ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସଫା ଆରୋଗ୍ୟ ମନ୍ଦିର ପକ୍ଷରୁ ଡା. ଶ୍ରୀକୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡଣ୍ଟ ଡା.ମଧୁସ୍ମିତା ନାୟକ,ଅତିରିକ୍ତ ବିଡ଼ିଓ ଶାଶ୍ୱତ କୁମାର ଜେନା,ସରପଞ୍ଚ ନିବାସ ପାଣ୍ତବ,ମହେଶ୍ଵର ମହାନ୍ତ, ଦିପ୍ତିମୟୀ ବେହେରା, ସମିତି ସଭ୍ୟ ଜିତେନ୍ଦ୍ର ବଦ୍ରା,ଅଜିତ ନାୟକ, ପ୍ରାକ୍ତନ ସରପଞ୍ଚ ତଥା ବିଜେଡ଼ି ସଂଗଠକ ସୁବୋଧ କୁମାର ସାମଲ,ଅରୁଣପ୍ରକାଶ ରାଉତରାୟ ଓ ଧନେଶ୍ୱର ନାୟକ ପ୍ରମୁଖ ଯୋଗଦେଇ ଯୋଜନା ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିଥିଲେ। ମାତ୍ର ଯୋଜନାରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମ କଟିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କିଛି ଫରକ୍ ପଡ଼ିବନି ବୋଲି ଶ୍ରୀ ବେହେରା କହିବା ଚ଼ର୍ଚ୍ଚାକୁ ଆସିଛି। ସେ କହିଛନ୍ତି ସ୍ଵର୍ଗତଃ ବିଜୁବାବୁ ଓ ତାଙ୍କ ସୁପୁତ୍ର ତଥା ଆମ ନେତା ନବୀନ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି । ସେହିପରି କହ୍ନେଇପୁର ପଞ୍ଚାୟତ ଭଗତପୁର ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ସାମଲ, ଆତ୍ମା ଅଧ୍ଯକ୍ଷ ରାଜେଶ ରଞ୍ଜନ ଷଡ଼ଙ୍ଗୀ, ସରପଞ୍ଚ ଭରତ ବେହେରା, ସମିତି ସଭ୍ୟା ସୁନନ୍ଦା ସାମଲ, କହ୍ନେଇପୁର ସମବାୟ ସମିତି ସଭାପତି ଚଣ୍ଡିପ୍ରକାଶ ମହାନ୍ତି, ବ୍ଲକ ବିଜେଡ଼ି ସଭାପତି ଧିରେନ୍ଦ୍ର ଜେଠୀ,ବରିଷ୍ଠ ନେତା ପରମାନନ୍ଦ ନାୟକ ଓ ଭଟ୍ଟିମୁଣ୍ଡା ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ରମରେ ସରପଞ୍ଚ ତାପସ କୁମାର ସାହୁ,ଜିଲ୍ଳା ପରିଷଦ ସଭ୍ୟା ଜୟଶ୍ରୀ ପ୍ରଧାନ ଓ ସମିତି ସଭ୍ୟ ଭକ୍ତବତ୍ସଳ ସାହୁ,ମମତା ତରାଇଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ମାଗୁରା-ଧାନମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଶନିତୋଟା ପ୍ରାଥମିକ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ବଣ୍ଟନ ମେଳାକୁ ଡା. ସୁରେନ୍ଦ୍ର ସୁନ୍ଦରରାୟ ପରିଚାଳନା କରିଥିଲେ। ବିଧାୟକ ଶ୍ରୀ ବେହେରା ଓ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରଧାନଙ୍କ ସମେତ ସ୍ଥାନୀୟ ସରପଞ୍ଚ ରଶ୍ମୀରଞ୍ଜନ ରାଉତ, ଶିକ୍ଷକ ନେତା ନୀଳକଣ୍ଠ ବ୍ରହ୍ମା,ବରିଷ୍ଠ ନେତା ନକୁଳ ରାଉତ ଓ ଦୟାନିଧି ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହି ଅବସରରେ ଯୋଜନା ସଂକ୍ରାନ୍ତ ପ୍ରଚାର ଗାଡ଼ିକୁ ବିଧାୟକ ଶ୍ରୀ ବେହେରା ପତାକା ହଲାଇ ଉଦଘାଟନ କରିଥିଲେ। ବ୍ଲକର ଅନ୍ୟତମ ଆରୋଗ୍ୟ ମନ୍ଦିର ମଙ୍ଗରାଜପୁର ଠାରେ ମଧ୍ୟ ଅନୁରୂପ ଭାବେ ଆରମ୍ଭ କରାଯାଇଛି। ଏହି ସଭାରେ ଡକ୍ଟର ନିର୍ମଳ ଚନ୍ଦ୍ର ସାହୁ ପୌରୋହିତ୍ୟ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଚିତ୍ତ ରଞ୍ଜନ ମଲିକ ଓ ଅତିଥି ଭାବେ ଆଗ୍ରାହାଟ, ବଡ଼ସାମନ୍ତରାପୁର, ମଙ୍ଗରାଜପୁର, ଶଙ୍କରପୁର, ମହିଷାଲଣ୍ଡା, ବ୍ରହ୍ମପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ। ବିଜେପି ଯୁବ ସଂଗଠକ ରବୀନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଅମରେନ୍ଦ୍ର ରାଉତ, ଦୁଃଶାସନ ପାଣ୍ଡଵ, ଦିଲୀପ ସ୍ୱାଇଁ, ଗଣେଶ୍ୱର ବେହେରା, ଦୀନବନ୍ଧୁ ସାହୁ, ଜଗନ୍ନାଥ ସେଠୀ,ସମୀର ରାଉତ, ପ୍ରଦୀପ ପ୍ରଧାନ, ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ