ବାବା ସପ୍ୱେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ସିଜିନ-୬ ଉଦଯାପିତ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବ୍ଲକ ପୁରୁଣାଛତ୍ରପୁର ଠାରେ ବାବା ସପ୍ୱେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ସିଜିନ -୬ ଉଦଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଅଗସ୍ତି ନୁଆଗାଁ କୁ ହରାଇ ଛତ୍ରପୁର ଷ୍ଟାର ଇଲେଭେନ ଚମ୍ପୟାନ ହୋଇଛନ୍ତି । ୧୫ ଓଭର ବିଶିଷ୍ଟ ମ୍ୟାଚରେ ଅଗସ୍ତିନୁଆଗାଁ ସମସ୍ତ ଉଇକେଟ ହରାଇ ୧୧୫ ରନ କରିଥିବା ବେଳେ ଛତ୍ରପୁର ଷ୍ଟାର ଇଲେଭେନ ୧୪.୨ ଓଭରରେ ୭ ଉଇକେଟ ବିନିମୟରେ ୧୧୬ ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ କାର୍ତ୍ତିକ ସର୍ବାଧିକ ୪୦ ରନ କରିଥିଲେ । ଆୟୋଜିତ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ ଚୈାଧୁରୀ ଓ ଏନ୍.ନାରାୟଣ ରେଡି,ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ବରିଷ୍ଠ ସମାଜସେବୀ ଭାଗିରଥି ବେହେରା, ସମ୍ମାନୀତ ଅତିଥି ଭାବେ ଓଡିଶା ସମ୍ବାଦିକ ସଂଘର ଗଞ୍ଜାମ ଜିଲାର ଉପସଭାପତି ପ୍ରଶାନ୍ତ କୁମାର ମହାରଣା ,ଛତ୍ରପୁର ପ୍ରେସ କ୍ଲବ ସଭାପତି ସରୋଜ କୁମାର ସାମଲ,ପୂର୍ବତନ ସରପଂଚ ଟି.କିଷ୍ଣା ରେଡି ଓ ଟି. ଗଉରୀ ଆ ରେଡ୍ଡୀ, କଣ ମଣା ନାଏବ ସରପଂଚ ପ୍ରଶାନ୍ତ ବେହେରା,ପୁରୁଣା ଛତ୍ରପୁର ଗାଁ ସଭାପତି ଟି.କାମରାଜୁ ରେଡି,ଦୁର୍ଯ୍ୟୋଧନ ବେହେରା, ଅଶୋକ ବେହେରା ଓ ତ୍ରିନାଥ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ସହ ୧୧ହଜାର ୧୧୧ ଟଙ୍କା ପ୍ରଦାନ କରିବା ସହ ପରାଜୟ ଦଳକୁ ଟ୍ରଫି ସହ ୬ହଜାର ୬୬୬ ଟଙ୍କା ପ୍ରଦାନ କରିଥିଲେ । ଆଜିର ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ସୁବତ୍ର ଶତପଥି ହୋଇଥିବା ବେଳେ ଶ୍ରେଷ୍ଠ ବୋଲର ଭାବେ ଅକ୍ଷୟ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ କାର୍ତିକ, ଏହି ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳୀ ଭାବେ ରକିଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ବାବା ସପ୍ୱେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ସିଜିନ -୬କୁ ଆୟୋଜକ ଭାବେ ଶିବ ସାହୁ,ସିମାଚଂଳ ସ୍ୱାମି, ବେଣୁ କୁମାର, ପ୍ରଶାନ୍ତ କୁମାର ରେଡି, ତରୁଣ କୁମାର ,ରବି ରେଡି ପ୍ରମୁଖ ପରିଚାଳନା କରୁଥିବା ବେଳେ ଅମ୍ପିଆର ଭାବେ କମଳ କୁମାର ବେହେରା,ଟି.ପଦ୍ମନାଭ ରେଡି ଓ ଅଶୋକ ସାହୁ ରହିଥିଲେ । ଏହି ଟୁର୍ନାମେଣ୍ଟ ର୍ଟୁାମେଂଟ ଜାନୁଆରୀ ୨୭ ରୁ ଆରମ୍ଭ ହୋଇଥିବା ବେଳେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ ।


