ବଗଡା ସ୍ପୋର୍ଟସ ଏକାଡେମୀର ସଫଳତା: ଜାତୀୟ ଭଲିବଲ ପ୍ରତିଯୋଗିତାରେ ମୋସୀ ଖେରା ଓ ଚନ୍ଦନ ରାଉତ ଚୟନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଭୁବନେଶ୍ୱରସ୍ଥିତ କିଟ୍‌ରେ ଅନୁଷ୍ଠିତ ଜାତୀୟ ଭଲିବଲ ଚୟନ ଶିବିରରେ ବଗଡା ସ୍ପୋର୍ଟସ ଏକାଡେମୀର ମୋସୀ ଖେରା ଓ ଚନ୍ଦନ ରାଉତଙ୍କୁ ଚୟନ କରାଯାଇଛି। ଉଭୟ ଖେଳାଳୀ ଜାତୀୟ ଭଲିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ଭଲିବଲ ଟିମର ୧୮ବର୍ଷରୁ କମ ଖେଳାଳୀ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ଉକ୍ତ ପ୍ରତିଯୋଗିତା ରାଜସ୍ଥାନର ଝୁନଝୁନ୍‌ରେ ଅନୁଷ୍ଠିତ ହେବ। ଏହି ସଫଳତା ପାଇଁ ବଗଡା ସ୍ପୋର୍ଟସ ଏକାଡେମୀର କର୍ମକର୍ତ୍ତାମାନେ ଉଭୟ ଖେଳାଳୀଙ୍କୁ ଶୁଭେଛା ଜଣାଇବା ସହ ସଫଳତାର ପାହାଚ ପରେ ପାହଚ ଅତିକ୍ରମ କରିବାକୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ