ବହାନଡା ଦୂର୍ଗାପୂଜା କମିଟି ପକ୍ଷରୁ ଦୂର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବେତନଟୀ (ଓ୍ବାଇଏନଏସ): ବେତନଟୀ ବହାନଡା ଦୂର୍ଗାପୂଜା କମିଟି ପକ୍ଷରୁ ଆସନ୍ତା ଦୂର୍ଗାପୂଜା ନିମନ୍ତେ ଏକ ପ୍ରସ୍ତତି ବୈଠକ ରବିବାର ରାତି ରେ ଅନୁଷ୍ଠିତ ହୋଇଯାଇଛି । କମିଟି ସମ୍ପାଦକ ହରିଶ ଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପ୍ରଥମେ ଗତବର୍ଷ ଆୟ ବ୍ୟୟ ହିସାବର ବିବରଣୀ ପ୍ରଦାନ କରାଯାଇଥିଲା । ତତସହିତ ଆସନ୍ତାବର୍ଷ କିପରି ଏହି ସବୁ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହିତ ସୁଚାରୁ ରୂପେ ସମ୍ପାଦନା ହୋଇପାରିବ ସେଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆସନ୍ତା ସେ୍ପଟେମ୍ବର ୨୮ତାରିଖରୁ ମୃଣ୍ମୟୀମା ଦୁର୍ଗାଙ୍କ ଷଷ୍ଠୀପୂଜା ଆରମ୍ଭ ହେବ ୨୯ ତାରିଖ ମହାସପ୍ତମୀ ପୂଜା ହେବା ସହିତ ୩୦ ତାରିଖ ଦିନ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେବ। ୧ ସେପ୍ଟେମ୍ବର ରେ ମହାନବମୀ ଓ ସନ୍ଧି ପୂଜା ଅନୁଷ୍ଠିତ ବେବ ଠିକ ସେହିପରି ୨ ତାରିଖ ରେ ମା ଦୁର୍ଗାଙ୍କ ଦଶମୀ ପୂଜା ଅନୁଷ୍ଠିତ ହୋଇ ବିସର୍ଜନ ହେବ ଏହି ବର୍ଷ କମିଟି ଦ୍ଵାରା ଦହି ପଖାଳକୁ ବିଶେଷ ପ୍ରାଧାନ୍ୟ ଦିଆଯିବ ବୋଲି ବହାନଡା ଦୂର୍ଗାପୂଜା କମିଟି ସଭାପତି ସତ୍ୟକାମ ପଣ୍ଡା କହିଛନ୍ତି। ଏହି ବୈଠକ ରେ ଉପସଭାପତି କୁଶଧର ବେହେରା, ସହସମ୍ପାଦକ ବିଶ୍ୱଜିତ ସାମଲ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡିତ ସଦସ୍ୟ ଦେବେନ୍ଦ୍ର ସାହୁ,ନିରଞ୍ଜନ ଭବାନୀ ପଣ୍ଡିତ,କ୍ଷିତୀଶ ଚନ୍ଦ୍ର ସାହୁ,ସପନ କୁମାର ପଣ୍ଡିତ,ଲିଲୁପ୍ତ ବେହେରା,ଶିବାନୀ ପଣ୍ଡିତ,ସତ୍ୟଜିତ ସାମଲ,ଅଶୋକ ଦାସ,ଝୁନାବାବୁ ଗିରି,ବୁଲୁ ଲେଙ୍କା, ଲକ୍ଷ୍ମୀଧର ବେହେରା, ଅଜୟ ପାତ୍ର, ଦୀପା ନାୟକ, ଲାଲମୋହ ନାଏକ, ଖଗେନ୍ଦ୍ର ବାନି ପାତ୍ର, ବାବୁଲି ବେହେରା, ନିରଞ୍ଜନ ବେଣ୍ଟକାର, ସନ୍ତୋଷ ପାତ୍ର, କୁନା ଜେନା,ଚନ୍ଦ୍ରଶେଖର ଦାସ, ଚକ୍ରଧର ନାୟକ,ଜିତୁ,ମିତ, ଶକ୍ତି,ହେପି,ଶୁଭମ,ଲୋହିତ, ସିପୁ,ବୀରଭଦ୍ର ରାଜେଶ, ରାମୁ,ରାହୁଲ, ଜୀବନ ଏସମେତ ଅନେକ ସଦସ୍ୟ ଉପସ୍ଥିତ ରହି ବୈଠକକୁ ସଫଳ କରାଇଥିଲେ ।