ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଶନିବାର ମହାସମାରୋହରେ ପବିତ୍ର ବାହୁଡ଼ା ଯାତ୍ରା ପାଳନ ହୋଇ ଯାଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା  ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଏବଂ ଶଙ୍ଖଧ୍ୱନୀ ତଥା ବାଦ୍ୟ କୀର୍ତ୍ତନର ତାଳେ ତାଳେ ଚାରିଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡି ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ସାମ୍ନାରେ  ଥିବା  ରଥ ଉପରକୁ ଆଣିଥିଲେ। ଅପରାହ୍ନ ସାଢେ଼ ଚାରିଟା ବେଳେ ବିଶିଷ୍ଟ ବ୍ୟବସାୟୀ ସନ୍ଦୀପ କୁମାର ସାବତ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ପାଞ୍ଚଟା ସମୟରେ ରଥ ଟଣା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା।  ଉପସ୍ଥିତ ସହସ୍ରାଧିକ ଭକ୍ତମାନେ ରଥଟିକୁ  ଟାଣି ବସଷ୍ଟାଣ୍ଡ ସମ୍ମୁଖ ରେ ପହଞ୍ଚିଥିଲେ।  କମିଟି ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ