ବାଇଡଙ୍କ ବାବା ପାଇଲେ ଫକୀରମୋହନ ହାସ୍ୟ ବ୍ୟଙ୍ଗ ସାହିତ୍ୟ ସମ୍ମାନ

ହାଟଡିହି (ଓ୍ବାଇଏନଏସ): ଫକୀରମୋହନଙ୍କ ଜନ୍ମ ଜୟନ୍ତୀ ଉତ୍ସବ  ଅବସରରେ ଫକୀରମୋହନ ସାହିତ୍ୟ ପରିଷଦ, ମଲ୍ଲିକାଶପୁର, ବାଲେଶ୍ବର ତରଫରୁ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସୌଜନ୍ୟରୁ ଓଡ଼ିଶାର ବହୁ ଚର୍ଚ୍ଚିତ ଆକାଶବାଣୀ, ଦୂରଦର୍ଶନ, ମଞ୍ଚ ଓ ସାମାଜିକ ଗଣମାଧ୍ୟମର ବ୍ୟଙ୍ଗକାର ଅଧ୍ୟାପକ ବାଇଡଙ୍କ ବାବା ଓରଫ୍ ସୁବାସ ଚନ୍ଦ୍ର ପାତ୍ରଙ୍କୁ ସମ୍ମାନଜନକ ଛବି ରାୟ ସ୍ମୃତିରେ ଫକୀରମୋହନ ହାସ୍ୟ ବ୍ୟଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ସୁସାହିତ୍ୟିକ ତରୁଣକାନ୍ତି ମିଶ୍ର ଓ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ଗାଳ୍ପିକ ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଉତ୍ତରୀୟ, ମାନପ‌ତ୍ର ଓ ପୁଷ୍ପଗୁଚ୍ଛ ଦେଇ ବାବାଙ୍କୁ ସମ୍ବର୍ଦ୍ଧିତ  କରିଥିଲେ। ସେ ପୂର୍ବରୁ ପଚାଶରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହେବା ସହ ହାସ୍ୟ ସମ୍ରାଟ, ବ୍ୟଙ୍ଗ ସମ୍ରାଟ, କାଢୁମର୍ଦ୍ଦନ, ବ୍ୟଙ୍ଗମଣି, ବ୍ୟଙ୍ଗ ବେପାରୀ ପ୍ରଭୃତି ଉପାଧି ପ୍ରାପ୍ତ ହୋଇଛନ୍ତି । ଏବର୍ଷ ପାଇଁ ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ, କଟକ ଦ୍ବାରା ନୀରଦପ୍ରଭା ହାସ୍ୟ ବ୍ୟଙ୍ଗ ସମ୍ମାନ ପାଇଥିବା ବେଳେ ଆସନ୍ତା ଜାନୁଆରୀ ୧୭ ରେ ଭୁବନେଶ୍ବର ବାର୍ ଆସୋସିଏସନ୍ ତରଫରୁ ତାଙ୍କୁ ଶ୍ରେଷ୍ଠ ବ୍ୟଙ୍ଗକାର ଭାବେ ସମ୍ବନ୍ଧିତ କରାଯିବ।ଏ ଅବସରରେ ସମ୍ବାଦ ସାହିତ୍ୟ ଘର, ହାଟଡିହି, ବଉଳା ସାହିତ୍ୟ ସଂସଦ, ଆନନ୍ଦପୁର ଲେଖକ ସମବାୟ ସମିତି, ପ୍ରତିଭା ପ୍ରଣାମ ମଞ୍ଚ, ଆନନ୍ଦପୁର ତରଫରୁ ବାଇଡଙ୍କ ବାବାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ