ଆନ୍ଦୋଳନର ରୂପ ନେଉଛି ବୈତରଣୀ ବଞ୍ଚାଅ ଅଭିଯାନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କଣ୍ଡରା ପଂଚାୟତ କଣ୍ଡରା ଠାରେ  ଶନିବାର କଣ୍ଡରା ହାଟ ପଡ଼ିଆ ଠାରେ ସୁନା, କାରୋ ଓ ବୈତରଣୀ ବଞ୍ଚାଅ ଅଭିଯାନ ର ଆବାହକ ଅଶୋକ ଠକ୍କର ଙ୍କ ସଭାପତିତ୍ୱ ରେ ଏକ ବିରାଟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଉଛି l  ଠକ୍କର ଙ୍କ ଦ୍ୱାରା ଆୟୋଜିତ ଏହି ମହା ସମ୍ମିଳନୀ ରେ ଦେଶ ର 4 ମହାରଥୀ ଅଂଶଗ୍ରହଣ କରି ମରି ମରି ଯାଉଥିବା ଚିରଶ୍ରୋତା ପୂର୍ଣ୍ଣତୋୟା ବୈତରଣୀ ର ପୁନଃରୁଦ୍ଧାର ବିଷୟ ରେ ଆଲୋଚନା କରିଥିଲେ l   ବୈତରଣୀ ନଦୀ ଉପରେ ବାସୁଦେବପୁର ଓ କଣ୍ଡରା ଠାରେ ନିର୍ମାଣଧୀନ କାନପୁର ଜଳ ସେଚନ ପ୍ରକଳ୍ପ କୁ ନେଇ ଚାଷୀ କୁଳ ହତାଶ ହୋଇ ପଡିଛନ୍ତି, ବୈତରଣୀ ନଦୀର ପ୍ରବାହିତ ଧାରା କୁ ଅଟକ ରଖିବା, କମ୍ପାନୀ ମାନଙ୍କ ଦ୍ୱାରା ଡ୍ୟାମ ମଝିରେ ଇଣ୍ଟେକ ୱେଲ ନିର୍ମାଣ କରି ସ୍ଲରୀ ପାଇପ ମାଧ୍ୟମ ରେ ଜଳ କୁ ନେବା ପ୍ରଭୃତି ପାଇଁ ଚାଷୀ ମାନଙ୍କ ମଧ୍ୟରେ  ଅସନ୍ତୋଷ  ଦେଖା ଦେଉଥିବା ବେଳେ ଡ୍ୟାମ ମଝିରେ ଇଣ୍ଟେକ ୱେଲ ଗାଡି ମାଲିକ ମାନଙ୍କ ମଧ୍ୟରେ ଅସନ୍ତୁଷ୍ଟ ଭାବ ଦେଖା ଦେଇଥିଲା, ଚାଷୀ ଓ ଚାଷ ଉଦ୍ୟେଶ ରେ ନିର୍ମାଣଧୀନ ପ୍ରକଳ୍ପ ରେ କମ୍ପାନୀ ମାନଙ୍କ ଦଖଲ କୁ ଚାଷୀ ବରଦାସ୍ତ କରି ପାରୁ ନାହାନ୍ତି, ଆଗକୁ ବୈତରଣୀ ପାଣି ଶୁଖି ଚାଷୀକୁଳ ଓ ଚାଷ ଉଜୁଡି ଯିବାର ଭୟ ଲୋକଙ୍କୁ ସଫା ସଫା ଦେଖା ଦେଉଥିବା ନେଇ ଏହାର ପୁନଃରୁଦ୍ଧର ପାଇଁ ଉକ୍ତ ସମ୍ମିଳନୀ କରାଯାଇଥିବା ଜଣାପଡିଛି,ଏହି ସମ୍ମିଳନୀ ରେ  ଜଳ ମାନବ ଭାବେ ପୁରସ୍କୃତ ଡକ୍ଟର ରାଜେନ୍ଦ୍ର ସିଂ, ଗୋଲଡମ୍ୟାନ ଭାବେ ପୁରସ୍କୃତ ହୋଇଥିବା ପରିବେଶବିତ୍ତ ପ୍ରଫୁଲ ସାମନ୍ତରା, ମହାନଦୀ ବଞ୍ଚାଅ ଅଭିଯାନ ର ଆବାହକ ସୁଦର୍ଶନ ଦାସ, ପ୍ରାକୃତିକ ସମ୍ପଦ ସଂରକ୍ଷଣ ନିର୍ଦେଶକ ତଥା ଗବେଷିକା ଡକ୍ଟର ବ୍ରତୀନ୍ଦି ଜେନା ଉପସ୍ଥିତ ରହି ବୈତରଣୀ ବଞ୍ଚାଅ ଅଭିଯାନ ବିଷୟରେ ଆଲୋଚନା କରିବା ସହ ଆଗକୁ ଏହାର କାର୍ଯ୍ୟଧାରା ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ l ଚଳିତ ମାସ ୮ ତାରିଖ ରେ ଜଳ ମାନବ ରାଜେନ୍ଦ୍ର ସିଂ ଆସି ପ୍ରକଳ୍ପ ବୁଲି କମ୍ପାନୀ ମାନଙ୍କ ର ଇଣ୍ଟେକ ୱେଲ ଦେଖି ଉଦବେଗ ପ୍ରକାଶ କରିବା ସହ ଚାଷୀ ମାନଙ୍କ ପ୍ରତି ଏହା ଘୋର ଅନ୍ୟାୟ ବୋଲି କହିଥିଲେ,ନଦୀ ଶୁଖିଲେ ଏକ ସଭ୍ୟତା ନଷ୍ଟ ହୁଏ ବୋଲି କହିବା ସହ ନଦୀ ସମସ୍ତଙ୍କ ର, ନଦୀ ର ସୃଷ୍ଟି ଏକ ପ୍ରକୃତିଦତ୍ତ ଏହାକୁ ଏପରି ନଷ୍ଟ ହେବାକୁ ଦିଆ ଯିବନାହିଁ ବୋଲି କହିବା ସହ ଆଗକୁ ବୈତରଣୀ ବଞ୍ଚାଅ ଅଭିଯାନ ରେ ସମସ୍ତ ଜନସାଧାରଙ୍କୁ ସାମିଲ ହେବାକୁ ଆୱାହାନ କରିଥିଲେ l ତେବେ ଏହି ସମ୍ମିଳନୀ ପରେ ବୈତରଣୀ ବଞ୍ଚାଅ ଅଭିଯାନ ଆଗକୁ ଏକ ବୃହତ ଆନ୍ଦୋଳନ ର ରୂପ ନେବ ବୋଲି ଆବାହକ ଅଶୋକ ଠାକ୍କର ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି,,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ