ବଢୁଛି ବୈତରଣୀ, ବନ୍ୟା ଆଶଙ୍କାରେ ତଳୁଆ ଅଞ୍ଚଳ ବାସୀ
ହାଟଡିହି (ଓ୍ବାଇଏନଏସ): ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଘଣ୍ଟାକୁ ଘଣ୍ଟା ଜଳ ସ୍ଥର ବଢୁଥିବାରୁ ତଳିଆ ଅଞ୍ଚଳର ଲୋକମାନେ ବନ୍ୟା ଆଶଙ୍କାରେ ଅଛନ୍ତି। ଆଜି ହାଟଡିହି ଅଞ୍ଚଳରେ ସେତେଟା ବର୍ଷା ନଥିବାରୁ ପାହାଡ ପାଣି ମାଡ଼ିବାର ର ଭୟ ନାହିଁ। କିନ୍ତୁ ବୈତରଣୀ ରେ ଯେପରି ଜଳସ୍ତର ବୃଦ୍ଧି ପାଉଛି ଯଦି ଏପରି ବୃଦ୍ଧିପାଏ ତେବେ ରାତି ଭିତରେ ରାଘବପୁର, ଆଇତିପୂର୍, ନୂଆଗାଁ, ଅମୃତପୁର, ସାହାପୁର, ରତକଣା, ସମଣା, କରଗୋଳା, ଲଇଛଣପୁର, ଆମ୍ବୋ, ବହାରିପୂର ଆଦି ଗ୍ରାମରେ ପାଣି ପଶିବାର ସମ୍ଭାବନା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ବିଡ଼ିଓ, ତହସିଲଦାର ପ୍ରମୁଖ ବିଭିନ୍ନ ଅଞ୍ଚଳ ଗ୍ରସ୍ଥ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ବନ୍ୟା ପ୍ରଭାବିତ ଆଶଙ୍କାରେ ଆମ୍ବୋ, ସମଣା, ହାବଳେଶ୍ଵର, ଆଇତିପୂର୍, ଗେଡମା ଆଦି ପଞ୍ଚାୟତ ରେ ସରପଞ୍ଚ , ପିଇଓ, ଏଡିଓ ମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।