ବେଆଇନ ଗୋ ଚାଲାଣ ରୋକିବା ନେଇ ବଜରଙ୍ଗ ସେନା ପକ୍ଷରୁ ଦାବୀ ପତ୍ର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଞ୍ଚଳରେ ବେଆଇନ ଗୋ ଚାଲାଣ ରୋକିବା ନେଇ ଭଦ୍ରକସ୍ଥିତ ରାଷ୍ଟ୍ରୀୟ ସଙ୍ଗଠନ ଶ୍ରୀ ବଜରଙ୍ଗ ସେନା ପକ୍ଷରୁ ବନ୍ତ ଥାନାଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଜିଲା ସାଧାରଣ ସମ୍ପାଦକ ଚିରଞ୍ଜୀବ ନାୟକଙ୍କ ନେତୃତ୍ୱରେ ବ୍ଲକ ସଭାପତି ନିରଞ୍ଜନ ଜେନା, ଅଜୟ କୁମାର ବେଜ, ଧର୍ମେନ୍ଦ୍ର ମଲ୍ଲିକ, ପଦ୍ମନାଭ ଜେନା, ଚିନ୍ମୟ ପ୍ରଧାନଙ୍କ ସମେତ ଅନ୍ୟ କର୍ମୀ ମାନେ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ବନ୍ତ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଦୀର୍ଘ ଦିନ ହେବ ବେଆଇନ ଗୋ ଚାଲାଣ ହେଉଥିବା ବେଳେ ଏହି ଗୋଚାଲାଣକୁ କିଛି ଗୋଦଲାଲ ସହାୟତା କରୁଛନ୍ତି । ଏହି ଗୋଦଲାଲି ଓ ଗୋ ଚାଲାଣ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ବଜରଙ୍ଗ ସେନା ପକ୍ଷରୁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ