ଚାଷୀଙ୍କ ଅଭିଯୋଗ କ୍ରମେ ଭୋଗରାଇ ମଣ୍ଡି ପରିଦର୍ଶନ କଲେ ବାଲେଶ୍ଵର ସାଂସଦ
ବାଲେଶ୍ବର(ସରୋଜ ପଣ୍ଡା): ଧାନ ଟୋକେନର ଅବଧି ଶେଷ ହେଉଥିନନ୍ତବା ବେଳେ ଅନେକ ଚାଷୀ ସୋସାଇଟିକୁ ଧାନ ବିକ୍ରୀ କରିପାରିନଥିଲେ। ଅନେକ ମଣ୍ଡିରୁ ଏତାଦୃଶ ଅଭିଯୋଗ ପାଇବେ ପରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭୋଗରାଇ ପହଞ୍ଚି ସ୍ଥିତିର ଅନୁଧ୍ୟାନ କଲାପରେ ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ସହିତ ଓ ବାଲେଶ୍ଵର ଜିଲ୍ଲାପାଳଙ୍କ ବିସ୍ତୃତ ଆଲୋଚନା କରିଥିଲେ। ଏହାପରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି କି ସମ୍ଭବ ହେଲେ ଆଜି ରାତି ସୁଦ୍ଧା ନଚେତ୍ ଟୋକେନର ଅବଧି ବୃଦ୍ଧି କରି ସମସ୍ତ ଟୋକେନ ପାଇଥିବା ଚାଷୀଙ୍କ ପାଖରୁ ଧାନ କିଣିବା ପାଇଁ। ଯେମିତି ଜଣେ ହେଲେ ଚାଷୀ ସୋସାଇଟିକୁ ଧାନ ବିକ୍ରୀରୁ ବଞ୍ଚିତ ନହୁଏ ନଚେତ୍ ସଂଶ୍ଳିଷ୍ଟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲିି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି। ଟାର୍ଗେଟ ହୋଇଯାଇଛି କହି ଫେରାଇ ଦିଆଯାଇଥିବା ଟୋକେନ ଗୁଡ଼ିକୁ ମଧ୍ୟ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗର ତୁରନ୍ତ ସମାଧାନର ବ୍ୟବସ୍ଥା କରିଥିବାରୁ ଚାଷୀମାନେ ସାଂସଦଙ୍କର ଭୂରୀଭୂରୀ ପ୍ରଶଂସା କରିଛନ୍ତି