ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ
ବାଲେଶ୍ବର(ଓ୍ବାଇଏନଏସ): ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଲୋକଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଆଁଳ ପଂଚାୟତର ସଂଖ୍ୟାଧିକ ବିଜେଡ଼ି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସିଦ୍ଧି ମଣ୍ଡପରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ବେହେରା ଓ ସଦର ବିଧାୟକ ମାନସ କୁମାର ଦତ ଯୋଗଦେଇ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ବିଗତ ୧୨ବର୍ଷ ଧରି ଦେଶର ବିକାଶଧାରାକୁ ଶୀର୍ଷରେ ପହଂଚାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଲୋକକଲ୍ୟାଣ ଯୋଜନା ଆଜି ଗ୍ରାମାଂଚଳର ଘରେ ଘରେ ପହଂଚିପାରିଛି । ସେହିପରି ୨୪ବର୍ଷର କୁଶାସନକୁ ହଟାଇ ରାଜ୍ୟରେ ଜନସେବାର ପ୍ରତୀକ ସାଜିଥିବା ଲୋକଙ୍କ ସରକାର ୨ବର୍ଷ ମଧ୍ୟରେ ଗ୍ରାମାଂଚଳରେ ବିକାଶର ନୂଆ ଦିଗ ଦେଖାଇଛି । ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ଗ୍ରାମ୍ୟ ରାଜନୀତିର ଧୂରୀଣ ନେତା ଓ ତାଙ୍କ ସମର୍ଥକମାନେ ବିଜୁ ଜନତା ଦଳ ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ଦତ ଏହି ଅବସରରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ବ୍ୟାପକ ଭାବେ ଏହିଭଳି ମିଶ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ଦଳର ହଜାର ହଜାର କର୍ମୀ ଓ ସମର୍ଥକ ବଜେପିରେ ଯୋଗଦେବେ ବୋଲି ଶ୍ରୀ ଦତ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ଜୟ ନାରାୟଣ ମାଝୀ,ରମେଶ ଜେନା, କରୁଣାକର ବେହେରା,କାର୍ତିକ ଖଟୁଆ, ଭାରତ ବଢ଼େଇ, ବିଜୟ ବଢ଼େଇ, କିରଣ ବେହେରା, ପୁରସ୍ତମ ମହାଳିକ, ସୁଦାମ ମାଝୀ, ପରେଶ ମହାପାତ୍ର, ହରିଶ ଚନ୍ଦ୍ର ଦାସ, ମନ୍ମଥ ମାଝୀ, ଦେବେନ୍ଦ୍ର ମାଝୀ, ରଞ୍ଜିତ ମାଝୀ, ବନମାଳୀ ମାଝୀ, କିରଣ ଲେଙ୍କା ପ୍ରମୁଖଙ୍କ ସହ ଶତାଧିକ ବ୍ୟକ୍ତି ବିଜେପିରେ ସାମିଲ ହୋଇ ରାଷ୍ଟ୍ରସେବାରେ ନିଜକୁ ନିୟୋଜିତ କରିବା ସହିତ ଆଗାମୀ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାପାଇଁ ଭରପୁର ପ୍ରୟାସ କରିବେ ବୋଲି ଘୋଷଣା କରିଥିଲେ । ଜିଲ୍ଲା ଉପ ସଭାପତି ଗୌରାଙ୍ଗ ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ, ଅଣୁ ମାଧବ ପଣ୍ଡା, ମଣ୍ଡଳ ସଭାପତି କାହ୍ନୁ ଚରଣ ମହାଳିକ, ଶଶୀକାନ୍ତ ମିଶ୍ର, କାର୍ତ୍ତିକ ରାଉତ, କାର୍ତ୍ତିକ ପ୍ରଧାନ, ହରେନ୍ଦ୍ର ପ୍ରଧାନ, ବଇଂଚା ସରପଂଚ ରବି ପ୍ରଧାନ, ଶ୍ରୀନିବାସ ମହାଳିକ, ଅମ୍ବିକା ବେହେରା, ସୁଭଦ୍ରା ଖଟୁଆ, ପୁର୍ଣ ଚନ୍ଦ୍ର ମାଝୀ, ଚିତ୍ତରଞ୍ଜନ ମାଝୀ, ଅନ୍ତର୍ଯ୍ୟାମୀ ବେହେରା, ଚତୃଭୁଜ ବେହେରା, ସୃଷ୍ଟିଧର ସେନାପତି ପ୍ରମୁଖଙ୍କ ସମେତ ବଇଁଚା ଓ କସିପଦା ପଂଚାୟତର ବିଜେପି ସମର୍ôଥତ ସମସ୍ତ ୱାର୍ଡ ମେମ୍ବର ଏହି ମହା ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।


