ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ବନ୍ଧୁମିଳନ

ବାଲେଶ୍ୱର, (ସରୋଜ ପଣ୍ଡା): ବରିଷ୍ଠ ନାଗରିକ ମଞ୍ଚର ନୂଆବର୍ଷର ବନ୍ଧୁମିଳନ ଓ ପ୍ରଥମ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଂପାଦକ ଦାମୋଦର ନାୟକ ଉପସ୍ଥିତ ସଦସ୍ୟ, ସଦସ୍ୟାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଗତ ବର୍ଷକ ମଧ୍ୟରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ବିଶଦ ବିବରଣୀ ଉପସ୍ଥାପିତ କରିଥିଲେ। ସରକାରଙ୍କ ପକ୍ଷରୁ ମଞ୍ଜୁରୀପ୍ରାପ୍ତ ସମନ୍ୱିତ ବହୁମୁଖି ପ୍ରକଳ୍ପ ପାଇଁ ରେମୁଣା ତହସିଲ ଅଧିନ ଦହପଡ଼ା ମୌଜାରେ ୨୦ ଏକର ପରିମିତ ଜମି ଚିହ୍ନଟ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବରୁ ଏହି ପ୍ରକଳ୍ପର କାର୍ଯ୍ୟ ଆଗେଇ ପାରିନାହିଁ। ବରିଷ୍ଠ ନାଗରିକମାନଙ୍କୁ ପୋଲିସ୍ ବିଭାଗ ପକ୍ଷରୁ ସ୍ଥାନୀୟ ଥାନାମାନଙ୍କ ଜରିଆରେ ପରିଚୟପତ୍ର ପ୍ରଦାନ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତକାରରେ ଓ ଲିଖିତଭାବେ ଜଣାଇଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେହିପରି ସବ୍‌ଡିଭିଜନ୍ ସ୍ତରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଚାରାଳୟ ନିୟମିତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ନିର୍ବାଚନ ବେଳେ ବର୍ତ୍ତମାନର ସରକାରୀ ଦଳ ମାସିକ ବାର୍ଦ୍ଧକ୍ୟଭତ୍ତା ୩ ହଜାର ପ୍ରଦାନ କଲେନାହିଁ। ୮୦ବର୍ଷ ପରେ ସମସ୍ତ ହିତାଧିକାରୀଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟଭତ୍ତା ୩ ହଜାର ୫ଶହ ଟଙ୍କା ଦିଆଯାଉନାହିଁ ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ଉପଦେଷ୍ଟା କମଳାକାନ୍ତ ବେହେରା ଓ ଗିରିଶ ଚନ୍ଦ୍ର ଦାଶଙ୍କ ସମେତ ସୀତାରାମ ପ୍ରଧାନ, ଦେବେନ୍ଦ୍ର ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସୁଶାନ୍ତ ବେହେରା, ବେଣୁଧର ସାହୁ, ଜୟଚନ୍ଦ୍ର ଶତପଥୀ, ପଦ୍ମଲୋଚନ ଦତ୍ତ, ରାଧାକୃଷ୍ଣ ଆଚାର୍ଯ୍ୟ, ଅନସୂୟା ନାୟକ, ଲକ୍ଷ୍ମୀନାରାୟଣ ଘୋଷ, ସୁଦର୍ଶନ ଦାସ, ରମାକାନ୍ତ ମହାନ୍ତି ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ବରିଷ୍ଠ ବ୍ୟକ୍ତିମାନେ ସ୍ୱାସ୍ଥ୍ୟସେବା, ଯାତାୟତ ଓ ସାମାଜିକ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟା ଉପରେ ବୈଠକର ଆଲୋକପାତ କରିଥିଲେ। ବରିଷ୍ଠ ନାଗରିକମାନେ ବିଭିନ୍ନ କାମପାଇଁ ଆସୁଥିବା ଜିଲ୍ଲା ମୁଖ୍ୟଦପ୍ତରରେ ଏକ ବିଶ୍ରାମ ଗୃହ ଯୋଗାଇ ଦେବାକୁ ବୈଠକରେ ଦାବି କରାଯାଇଛି। ଏହି ସମସ୍ତ ସମସ୍ୟା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆସନ୍ତା ମାର୍ଚ୍ଚ ମାସରେ ଗଣତାନ୍ତ୍ରିକ ଧାରାରେ ଆନ୍ଦୋଳନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ୟାମସୁନ୍ଦର ଜେନା ନିଜର ବକ୍ତବ୍ୟ ପ୍ରଦାନ ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ