ନୂତନ ପଞ୍ଚାୟତ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ: ବିଡ଼ିଓଙ୍କୁ ଦାବିପତ୍ର
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମକୁ ପଞ୍ଚାୟତର ମାନ୍ୟତା ଦାବିରେ ଆଜି ୫୦ରୁ ଉର୍ଦ୍ଧ୍ ଗ୍ରାମବାସୀ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ଗ୍ରାମଟି ବଞ୍ଚୋ ଗ୍ରାମ ପଞ୍ଚାୟତ ଅଧିନରେ ଅଛି । ଜନସଂଖ୍ୟା ଦୃଷ୍ଟିରୁ ଏହା ଗୋଟିଏ ଜନବହୁଳ ପଞ୍ଚାୟତ । ବଞ୍ଚୋ ଗ୍ରାମ ଏକାକି ଏକ ପଞ୍ଚାୟତ ପାଇଁ ସବୁ ଦୃଷ୍ଟିରୁ ଉପଯୁକ୍ତ ଅଟେ । ଆମ ଶିବନାରାୟଣପୁର ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଅଛୁ, ତଥା ଅନେକ ସମୟରେ ବହୁତ ସରକାରୀ ସୁବିଧାରୁ ବଂଚିତ ହେବାକୁ ପଡ଼ୁଛି । ପଂଚାୟତର ମୁଖ୍ୟ ଗ୍ରାମ ବଂଚୋରେ ସମସ୍ତ ସରକାରୀ ସୁବିଧା ସୀମିତ ରହିଯାଉଛି । ଆମ ଗ୍ରାମର ବୃଦ୍ଧ ବୃଦ୍ଧା ଓ ଅକ୍ଷମ ବ୍ୟକ୍ତି ବଞ୍ଚୋ ଗ୍ରାମ ପଞ୍ଚାୟତକୁ ଯାଇ ସରକାରୀ ଚାଉଳ, ଭତ୍ତା ଆଣିବାରେ ବିଶେଷ ଅସୁବିଧା ଭୋଗୁଛନ୍ତି । ପଂଚାୟତ ହାଇସ୍କୁଲ ଆମ ଗ୍ରାମ ଠାରୁ ୫ କିଲୋମିଟର ଦୂର ହୋଇଥିବାରୁ ଆମ ପିଲାଙ୍କ ପାଇଁ ସ୍କୁଲ ଯିବା ସୁଗମ ହୋଇ ପାରୁନାହିଁ । ଅପର ପକ୍ଷରେ ଆମ ଶିବନାରାୟଣପୁର ଗ୍ରାମ ଗୋଟିଏ ପଂଚାୟତ ହେବାପାଇଁ ସମସ୍ତ ଆବଶ୍ୟକତା ପୂରଣ କରୁଅଛି । ଶିବନାରାୟଣପୁର ଗ୍ରାମଟିରେ ତିନି ହଜାରରୁ ଉର୍ଦ୍ଧ୍ଵ ଲୋକ ବାସ କରୁଥିବାବେଳେ ୨ହଜାରରୁ ଉର୍ଦ୍ଧ୍ଵ ଭୋଗର ଅଛନ୍ତି। ସେହିପରି ପଞ୍ଚୁ ଗୋଛିଆ ପଞ୍ଚାୟତରୁ କିଛି ଲୋକ ଉଠିଆସି ଶିବନାରାୟଣ ପୁର ଗ୍ରାମ ନିକଟରେ ବସତି ସ୍ଥାପନ କରିଛନ୍ତି। ତେଣୁ ଭୌଗଳିକ ଦୃଷ୍ଟିରୁ ସେମାନଙ୍କୁ ଆମ ଗ୍ରାମ ସହିତ ସାମିଲ୍ କରାଗଲେ ଏହା ଗୋଟିଏ ଭଲ ପଂଚାୟତ ହୋଇପାରିବ । ସରକାରଙ୍କ ଦ୍ବାରା ଆରମ୍ଭହେବାକୁ ଥିବା ପଂଚାୟତ ପୁନର୍ଗଠନ ଯୋଜନାରେ ଆମ ଗ୍ରାମକୁ ଏକ ପଂଚାୟତର ମାନ୍ୟତା ଦେବା ପାଇଁ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଏବେ ଗ୍ରାମବାସୀ ମାନେ ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ ମାନେ ଶିବନାରାୟଣପୁର ପଞ୍ଚାୟତ ଗଠନ କରିବାକୁ ଦାବି କରିଛନ୍ତି। ଏନେଇ ସେମାନେ କେନ୍ଦୁଝର ଜିଲ୍ଲାପାଳ, ପଞ୍ଚାୟତ ରାଜ ସଚିବ, ପଞ୍ଚାୟତ ରାଜ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇଥିବା ବେଳେ ଆଜି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ବେଳେ ନିତ୍ୟାନନ୍ଦ ଜେନା, ନିତ୍ୟାନନ୍ଦ ବେହେରା, ବାବାଜୀ ଚରଣ ଜେନା ରତ୍ନାକର ସାହୁ, ହୃଷିକେଶ ପରିଡା, ପ୍ରଭାକର ଖଣ୍ଡା, ମୋହନ ଜେନା, ଆନନ୍ଦ ଖଣ୍ଡା, ମିନହରୀ ମହାନ୍ତି, ଅଲେଖ ବେହେରା, ମଦନ ମୋହନ ଗିରି, ନରେନ୍ଦ୍ର ସାହୁ, କୋଦଣ୍ଡ ମହାନ୍ତି, ନରହରି ପରିଡା, ସୁରେନ୍ଦ୍ର ସାହୁ, ସନ୍ତୋଷ କୁମାର ବେହେରା, ଶରତ କୁମାର ଖଣ୍ଡା ଙ୍କ ସମେତ ପଚାଶରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ।