ବାଲିବରେଇ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପ୍ରାଥମିକ ବିଦ୍ୟାଳୟର ୧୪୧ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।ବାଲିବରେଇ କ୍ଲଷ୍ଟର ସଂଯୋଜକ ବିଶ୍ବଜିତ ରାଉତଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥ୍ ଭାବେ ଢେଙ୍କା ସି.ଆର.ସି.ସି ନିରଞ୍ଜନ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ କୁମାର ମହାନ୍ତି, ସମ୍ମାନିତ ଅତିଥ୍ ଭାବେ ରାଇଘାଟି ସି.ଆର.ସି.ସି ପଙ୍କଜ କୁମାର ରାଉତ, ଯୋଗଦେଇ ଶିକ୍ଷା ସହିତ କ୍ରୀଡାର ସମ୍ପର୍କ ଓ ଉପକାରିତା ବିଷୟରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ସସ୍ମିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷକ ମଧୁସୂଦନ ମାଝୀ, ଚେୟାରମ୍ୟାନ ବିଶ୍ବ ବନ୍ଦିତା ସାମଲ ଓ ବାଲିବରେଇ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।


