ବାଲିପଦର : ଆକର୍ଷଣୀୟ ମେଢ଼ରେ ମା’ ଦୁର୍ଗାଙ୍କ ପୂଜା
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଳକର୍ ବାଲିପଦର ଗ୍ରାମରେ ମା’ ଜଗତ ଜନନୀଙ୍କ ପୂଜା ଉତ୍ସବ ପାରମ୍ପରିକ ଭାବେ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ଆକର୍ଷଣୀୟ ମେଢ଼ରେ ମା’ଙ୍କ ମୃଣୟ ମୂର୍ତ୍ତୀକୁ ବିଧି ଅନୁଯାଇ ନବରାତ୍ର ପୂଜାର୍ଚ୍ଚନା ସହ ଆମ ସଂସ୍କୃତି, ପରମ୍ପରା, ଗର୍ବ ଓ ଗୌରବ ବାଲିପଦର ଗ୍ରାମରେ ଆଧ୍ଯାତ୍ମିକ ବାତାବରଣ ମୁଖରିତ ହୋଇଉଠିଛି। ପୂଜା କମିଟିର ପରିଚାଳକ ନାରାୟଣ ସାମନ୍ତରା, ସଭାପତି ସଞ୍ଜୟ ଜେନା, କାର୍ଯକାରୀ ସଦସ୍ୟ ମାଧବ ବିଷୋୟୀ, ଭଗବାନ ବଡୁ, ଶିବରାମ ସାସମଲ, କରମ ଚାନ୍ଦ, ଧନୁର୍ଜୟ ଜେନା, ମାଥିଲି, ମଙ୍ଗୁଳୁ, ଡାକ, କାହ୍ନା, ବାପିନା, ପିଙ୍କୁ, କେଶବ ଓ ଅନ୍ଯାନ୍ଯ ସଦସ୍ୟ ଏବଂ ଶ୍ରଦ୍ଧାଳୁଙ୍କ ଗହଣରେ କର୍ତ୍ତା ଭାବେ ତ୍ରିନାଥ ସାସମଲ ଓ ପୂଜକ ଭାବେ ପ୍ରଦ୍ୟୁମ୍ନ ଖାଡଙ୍ଗା ନବରାତ୍ର ପୂଜା ପରିଚାଳନା କରିଥିଲେ।

 
             
						 
						 
						 
						 
						 
						
