ଭାରୀ ଯାନ ଚଳାଚଳ ଉପରେ ନିଷେଧାଦେଶ

କଟକ, (ଓ୍ବାଇଏନଏସ): କଟକ ମଧୁପାଟଣା ଶିଳ୍ପାଞ୍ଚଳରେ ବହୁ ସଂଖ୍ୟାରେ ଶିଳ୍ପ କାର୍ଯ୍ୟକଳାପ ସହ ଜଡିତ ଭାରୀ ଯାନବାହାନ ଚଳାଚଳ କରିବା ହେତୁ, ବିଶେଷକରି ସକାଳ ସମୟରେ (ସକାଳ ୬.୦୦ ଘଟିକା ଠାରୁ ଦିନ ୧୧.୦୦ ଘଟିକା ପର୍ଯ୍ୟନ୍ତ) ଏବଂ ସନ୍ଧ୍ୟା ସମୟରେ (ସନ୍ଧ୍ୟା୪.୦୦ ଘଟିକାଠାରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ) ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଏହି ସମୟରେ ଦୈନନ୍ଦିନ ମାର୍କେଟିଂ କରିବା, ଘରୋଇ କମ ପାଇଁ ବାହାରକୁ ଯିବା, ଅଫିସ ଯିବାଆସିବା କରିବା, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନେ ଯିବାଆସିବା କରିବା ସମୟରେ ଅସୁବିଧା ଭୋଗୁଛନ୍ତି। ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭଉସାହେବ ଶିନ୍ଦେ ମଧୁପାଟଣା ଏବଂ ଆଖପାଖ ଅଞ୍ଚଳର ବାସିନ୍ଦା ଏବଂ ଛୋଟ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ଦୃଷ୍ଟିରୁ, କଟକ ଶିଳ୍ପାଞ୍ଚଳ ଭିତରେ ଭାରୀ ବାଣିଜ୍ୟିକ ଯାନବାହାନ ଚଳାଚଳକୁ (ସକାଳ ୬.୦୦ ରୁ ଦିନ୧୧.୦୦ ଏବଂ ସନ୍ଧ୍ୟା ୪.୦୦ ରୁ ସନ୍ଧ୍ୟା ୬.୦୦ ପର୍ଯ୍ୟନ୍ତ) ପ୍ରତିବନ୍ଧିତ କରିଛନ୍ତି । ଏହି ପ୍ରତିବନ୍ଧକ ୬ ଜୁଲାଇ, ୨୦୨୫ ରୁ ୫ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ମୋଟର ଭେଇକିଲ ଆଇନ, ୧୯୮୮ ର ବିଭାଗ ୧୧୫ ଅଧୀନରେ ଏବଂ ଓଡ଼ିଶା ମୋଟର ଯାନ ନିୟମ, ୧୯୯୩ ର ନିୟମ-୧୭୩ ସହିତ ପ୍ରଦତ୍ତ କ୍ଷମତା ବ୍ୟବହାର କରି ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ