ବନମହୋତ୍ସବ ପାଳିତ

କେନ୍ଦୁଝର – ଝୁମ୍ପୁରା ବ୍ଲକ ଉଖୁଣ୍ଡା ବନପାଳ ଅନ୍ତର୍ଗତ ଗିଧିବାସ ଠାରେ ରହିଥିବା ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଉଖୁଣ୍ଡା ବନପାଳ ପ୍ରଦୀପ ବାରିକ ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ୭୬ ତମ ବନ ମହୋତ୍ସବ ସପ୍ତାହ ଅବସରରେ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି।  ବନ ମହୋତ୍ସବ ସପ୍ତାହ ରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ରେଞ୍ଜ ଏ ସି ଏଫ ଅକ୍ଷୟ ଛତ୍ରୀୟା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ୧୫ ନମ୍ବର ଜିଲା ପରିଷଦ ପ୍ରାର୍ଥୀନୀ ରମଣୀ ନାଏକ ଯୋଗଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଉଖୁଣ୍ଡା ବନରଖି ସାଗରିକା ବେଜ, ବରିଷ୍ଠ ସମାଜସେବୀ ସାଧୁ ଚରଣ ମହାନ୍ତ,  ଭୂଇଁ ପୁର ସରପଞ୍ଚ କ୍ଷୀରମଣୀ ନାଏକ, ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ପଞ୍ଚାନନ ପ୍ରଧାନ, ନିଶାଗଡିଆ ବନସୁରକ୍ଷା ସମିତି କମିଟି ର ସଭାପତି ଦୀପକ କୁମାର ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ଓଡିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଚାରା ରୋପଣ କରିବାର ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ପୃଥିବୀ ପୃଷ୍ଠରେ ବୃକ୍ଷ ସଂଖ୍ୟା କମିବା ଫଳରେ ଜଳବାୟୁ ପରିବର୍ତ୍ତନ ହେବା ସହିତ ସ୍ବାଭିବକ ବର୍ଷା ହେଉନାହିଁ। ଏଣୁ ପଡିଆ ଜମି ଏବଂ ଜଙ୍ଗଲ ଜମିରେ ଚାରା ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ବନମହୋତ୍ସବ ସଚେତନତା ସଭାରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବୃଦ୍ଧିଜୀବି ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ସଭା ଶେଷରେ ବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ଖାଲି ସ୍ଥାନରେ। ବିଭିନ୍ନ ପ୍ରକାର ଚାରା ଗଛ ଅତିଥି ମାନଙ୍କ ଦ୍ୱାରା ରୋପଣ କରାଯାଇଛି। କାର୍ଯ୍ୟ କ୍ରମ କୁ ବନବିଭାଗ ର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ