ବନମହୋତ୍ସବ ସପ୍ତାହ ପାଳିତ

ଆସିକା (ୱାଇଏନ୍‍ଏସ୍‍) ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପରାମର୍ଶକ୍ରମେ ଭଂଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଆସିକା ବନାଂଚଳ କାର୍ଯ୍ୟାଳୟ ପକ୍ଷରୁ ଚାରିମଇଲି ଗ୍ରାମ ଛକ ସ୍ଥିତ ନଗରବନ ନିକଟରେ ଶୁକ୍ରବାର ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ୭୬ତମ ବନମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପାଶା ପାରୁଲ୍‍, ଦକ୍ଷିଣ ଘୁମୁସର ସହକାରୀ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା, ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ଦୀପକ ମିଶ୍ର, ଆସିକା ବିଡିଓ ଲିପିନା ଦାଶ, ଆସିକା ତହସିଲଦାର ସଙ୍ଗୀତା ସେଣ, ଆସିକା ଥାନା ଅଧିକାରୀ କୁଳମଣି ସେଠୀ, କୋଟିନଡା ଥାନା ଅଧିକାରୀ ଜାମୋଦର ବିହାରୀ, ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ସୁରକ୍ଷା ସମିତିର ସଭାପତି ଅମୂଲ୍ୟ କୁମାର ଉପାଧ୍ୟୟ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣୀ ଶତପଥୀ ଓ ଅନୁପମ ବାନାର୍ଜୀ ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ସପ୍ତାହ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରାରୋପଣ କରି ସେ ଗୁଡିକର ଯତ୍ନ ନେବାକୁ ଆହ୍ୱାନ କରିବା ସହ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ବୃକ୍ଷରୋପଣକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେବା ସହ ଜନସାଧାରଣ ଗୋଟିଏ ଲେଖାଏଁ ଗଛ ଲଗାଇ ସେଗୁଡିକ ଯେପରି ବଂଚିରହିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଗୁୁରୁତ୍ୱାରୋପ କରିଥିବା ଲକ୍ଷ୍ୟ କରାଯାଇଥିଲା । ୭୬ତମ ବନ ମହୋତ୍ସବ ପାଳନ ଅବସରରେ ଆସିକା ବନାଞ୍ଚଳ କାର୍ଯ୍ୟାଳୟର ନଗରବନ ପରିସରରେ ୨୦୨୫-୨୬ ସହରାଞ୍ଚଳ ବନୀକରଣ ଯୋଜନାରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ଔଷଧୀୟ ଓ ଛାୟାପ୍ରଦାନକାରୀ ଚାରାରୋପଣ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ବାବନପୁର ସ୍ଥିତ ମେଗା ନର୍ସରୀର ବନପାଳ ଅକ୍ଷୟ କୁମାର ତ୍ରିପାଠୀ, ଶେରଗଡ ବନପାଳ ରାଜେନ୍ଦ୍ର କୁମାର ଗୌଡ, ଷଡଙ୍ଗୀପଲ୍ଲୀ ବନପାଳ ପି.ସୁରଜ କୁମାର, ଧରାକୋଟ ବନପାଳ ଲାଜୁ ଶବର, ବନରକ୍ଷୀ ରାଜେନ୍ଦ୍ର କୁମାର ରାଉତ, ରାକେଶ୍‍ ପରିଡା, ବିଷ୍ଣୁପ୍ରିୟା ପ୍ରଧାନ, ଲକ୍ଷ୍ମୀ ଦଳବେରା, ପ୍ରମୋଦ କୁମାର ପାଢୀ, ରଶ୍ମିତା ଚୌଧୁରୀଙ୍କ ସମେତ ବନବିଭାଗର ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲା ବେଳେ ବନ ସଂରକ୍ଷଣ ସମିତିର କାର୍ଯ୍ୟକର୍ତ୍ତା, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ପରିବେଶବିତ୍‍, ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ