ବନମହୋତ୍ସବ ସପ୍ତାହ ପାଳନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବାଂଶପାଳ ବ୍ଲକ ଉପର ଚମ୍ପେଇ ଗ୍ରାମରେ ବିଶ୍ୱ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବନୀକରଣ ଶୁଭାରମ୍ଭ ହୋଇଛି । ୩୨ହେକ୍ଟର ପରିମିତ ଜମିରେ ୫୧ହଜାର ୨୦୦ଚାରା ରୋପଣ କରାଯିବ । ବିଶେଷ କରି ସ୍ଥାନୀୟ ଲୋକଙ୍କ ଜୀବନଜୀବିକାରେ ସହାୟକ ହେଲା ଭଳି ଆମ୍ବ,ପଣସ,ନିମ୍ବ, ଜାମୁ,ତେନ୍ତୁଳି,କଇଥ,ହରିଡା, ବାହାଡା,ଅଁଳା, କୁସୁମ,ଶାଳ, ଅର୍ଜୁନ, ଅଁଳା, ଅଶ୍ୱସ୍ଥ, ବର,କରଞ୍ଜ,ଶିଶୁ, ପିଜୁଳି,ବେଲ,ଅସନ ଚାରା ରୋପଣ କରାଯାଉଛି । ଟାଙ୍ଗରପଡା,ଉପର ଚମ୍ପେଇ,ଗୌଡ ଚମ୍ପେଇ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଚାରା ରୋପଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କ୍ଷତିପୂରଣ ବନୀକରଣ ଯୋଜନାରେ କାମ୍ପା ଅନୁଦାନରେ ବନୀକରଣ କରାଯାଉଛି । ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ବନୀକରଣ କାର୍ଯ୍ୟକୁ ଶୁଭାରମ୍ଭ କରି ଚାରା ରୋପଣ କରି ଏହି ଅଂଚଳରେ ବନୀକରଣ ଦ୍ୱାରା ସ୍ଥାନୀୟ ଲୋକ କର୍ମନିଯୁନ୍ତି ପାଇବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ଡକ୍ଟର ସୁଦିପ୍ତ କୁମାର ପଣ୍ଡା,ସୁରେନ୍ଦ୍ରନାଥ ହେମ୍ବ୍ରମ,ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ,ତଳ ଚମ୍ପେଇ ସରପଂଚ ସୁଜାତା ମୁଣ୍ଡା,ଶୁଆକାଟୀ ବନପାଳ ଜ୍ୟୋତିର୍ମୟୀ ପଟ୍ଟନାୟକ,ବନରକ୍ଷୀ ଚନ୍ଦ୍ରକାନ୍ତ ମହାନ୍ତ,ଉପର ଚମ୍ପେଇ ଗ୍ରାମର ୱାର୍ଡ ମେମ୍ବର ସାଇବାଣୀ ଜୁଆଙ୍ଗ,ଟାଙ୍ଗରପଡା ଗ୍ରାମର ୱାର୍ଡ ମେମ୍ବର ବନବାସୀ ଜୁଆଙ୍ଗ,ବିଦ୍ୟାଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ