ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

କଟକ, (ଓ୍ବାଇଏନଏସ):କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।  ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇ ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ଡ୍ରେନେଜ ଆଦି ବିଭାଗୀୟ ବରିଷ୍ଠ ଯନ୍ତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ସ୍ଥାନୀୟ ବ୍ଲକ ଓ ଜିଲ୍ଲା ପରିଷଦର ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଉପଖଣ୍ଡ ଅଞ୍ଚଳର ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣଧିନ ଅବସ୍ଥାରେ ଚାଲୁ ରହିଥିବା ରାସ୍ତା କାର୍ଯ୍ୟକୁ ଆସନ୍ତା ୨୦୨୬ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ରାସ୍ତା ମରାମତି ଉପରେ ମଧ୍ୟ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ନିର୍ମାଣଧିନ କଇମୁଣ୍ଡି, ରାମଚନ୍ଦ୍ରପୁର ସେତୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେବା ସହ ଜଳମଗ୍ନ ହୁଲୁହୁଳା ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରିଥଲେ। ବସ୍ତିଆ- ସୁବର୍ଣ୍ଣପୁର ରାସ୍ତାର ବିକଳ୍ପ ରାସ୍ତା, ପୂର୍ତ୍ତ ବିଭାଗ ଦ୍ଵାରା ଚାଲୁରହିଥିବା ତ୍ରିଶୁଲଳିଆ-ବାରଙ୍ଗ,ଡମପଡା-ତାଳବସ୍ତ୍ର ଚୌଡା ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ତ୍ରିଶୁଳିଆ-ନରାଜ ରାସ୍ତା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଖଣ୍ଡ ଅଧିନସ୍ଥ ବିଜ୍ଞାପିତ ଅଞ୍ଚଳରେ ଚାଷଜମି ଉନ୍ନତି କରାଯିବା ନିମନ୍ତେ ଏକ ବିବରଣୀ ପ୍ରସ୍ତୁତି କରାଯିବା ସମ୍ପର୍କରେ ଏହି ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ସମଗ୍ର ଅଞ୍ଚଳରେ ପ୍ରସ୍ତାବିତ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଏବଂ ମେଗା ଜଳ ସେଚନ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ ସମ୍ବନ୍ଧରେ ତଥା ସାଧାରଣ ଚାଷୀଙ୍କ ନିମନ୍ତେ ମେଗା ଜଳସେଚନ ବ୍ୟବସ୍ଥା କରାଯିବା ଉପରେ ଆଲୋଚନା ମାଧ୍ୟମରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ସମୀକ୍ଷା ପୂର୍ବକ ଏହି ବୈଠକରେ ବିଧାୟକ ମା ଚର୍ଚ୍ଚିକା ମନ୍ଦିର ଉନ୍ନତିକରଣ, ବାଙ୍କୀ ବିଦ୍ୟାଳୟର ମୁଖ୍ୟଦ୍ୱାର ନିର୍ମାଣ, ଜନଗହଳି ଟୁଇନ-ସିଟି ରାସ୍ତାକୁ କୁଆଖିଆ-ପ୍ରତାପ ନଗରୀ ପଟୁ ସଂଯୋଗ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ପରିଶେଷରେ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରକୃତ ହିତାଧିକାରୀଙ୍କୁ ଯଥା ସମୟରେ ଭତ୍ତା ପ୍ରଦାନ କରାଯିବା ଏବଂ ନୂତନ ହିତାଧିକାରୀ ଚୟନ କରାଯିବା ଉପରେ ଗୁରୁତ୍ଵ ଦେଇ ବାଙ୍କୀ ଉପଖଣ୍ଡର ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ପୂର୍ବକ ନିର୍ଦ୍ଧାରିତ ସମୟ ମଧ୍ୟରେ ସେଗୁଡିକ ଶେଷ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ବୈଠକ ସଂଚାଳନ କରିଥିବା ବେଳେ ବାଙ୍କୀ- ଡମପଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣବ କିଶୋର ପଟେଲ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ପୁଷ୍ପଲତା ସାମନ୍ତ, ବାରଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସାବିତ୍ରୀ ଦଳାଇ,ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାଣିକ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ପ୍ରଣବ କୁମାର ବେହେରା, ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ବିଭିନ୍ନ ଜୋନର ସଦସ୍ୟ ସଦସ୍ୟା, ବାଙ୍କୀ ଓ ଡମପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ସମୀକ୍ଷା ପୂର୍ବକ ଆଲୋଚନା ବୈଠକରେ ଉପସ୍ଥିତ ରହି ସମସ୍ତ ସ୍ଥିତି ସଂମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀ ବିଶ୍ୱରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ ନିର୍ଦ୍ଦେଶକ ଶ୍ରୀ ରାମଚନ୍ଦ୍ର ମଲ୍ଲିକ ଏବଂ ଜିଲ୍ଳା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ