ଆଇନଜୀବୀଙ୍କୁ ପୋଲିସର ର୍ଦୁବ୍ୟବହାର ଘଟଣାକୁ ଓକିଲ ସଙ୍ଘର ନିନ୍ଦା

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବାଲେଶ୍ୱରରେ ଜଣେ ଆଇନଜୀବୀଙ୍କୁ ପୋଲିସର ର୍ଦୁବ୍ୟବହାର ଘଟଣାକୁ ଦୃଢ ନିନ୍ଦା କରାଯାଇଛି। ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ବୈଠକ ସଙ୍ଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଲେଶ୍ୱରରେ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କୁ ପୋଲିସ ଗିରଫ କରିବା ଓ ଟ୍ରେନି ଆଇଏଏସ ଅଧିକାରୀ ସମଲ ଭଗତଙ୍କ ଦ୍ୱାରା ନିର୍ଯ୍ୟାତନା ଦିଆଯାଇଥିବାରୁ ଏହି ଘଟଣାର ଦୃଢ ନିନ୍ଦା କରାଯାଇ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥିସହିତ ଏହି ପ୍ରସ୍ତାବକୁ ରାଜ୍ୟ ଆଇନଜୀବୀ ପରିଷଦ, ବାଲେଶ୍ୱର ଜିଲ୍ଲା ଓକିଲ ସଙ୍ଘ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସଭାରେ ଉପସଭାପତି ହାଡିବନ୍ଧୁ ସିଂ, ସଙ୍ଘର ସମ୍ପାଦକ ନୃସିଂହ ଚରଣ ରାଉତ, ସହ ସମ୍ପାଦକ ବିନୋଦ କୁମାର ବେହେରା, କୋଷାଧ୍ୟକ୍ଷ ବିଭୁତି ଭୂଷଣ କର, ମହିଳା ସଦସ୍ୟା ରେଣୁବାଳା ସାମଲ, ମମତାମୟୀ ସାମଲ, ସଦସ୍ୟ ହରିପ୍ରସାଦ କର, ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ, ଧ୍ରୁବ ଚରଣ ଜେନା, ସରୋଜରାଜ ସିଂ, ପ୍ରଭାତ କୁମାର ଅଧିକାରୀ, ସୁବାଷ ଚନ୍ଦ୍ର ନାୟକଙ୍କ ସମେତ ଶତାଧିକ ଆଇନଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଘଟଣାର ଦୃଢ ନିନ୍ଦା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ