ଓକିଲ ସଙ୍ଘ ନିର୍ବାଚନ : ରମେଶ ଲିମା ସଭାପତି, ସୁରଜ ପାତ୍ର ସମ୍ପାଦକ, ଲକ୍ଷ୍ମୀ ମହାଙ୍କୁଡ଼ କୋଷାଧ୍ୟକ୍ଷ ନିର୍ଦ୍ବନ୍ଦ୍ବରେ ବିଜୟୀ
ଗୁଣପୁର, (ଓ୍ବାଇ ଏନ ଏସ): ଗୁଣପୁର ଓକିଲ ସଂଘର ନିର୍ବାଚନରେ ରମେଶ ଚନ୍ଦ୍ର ଲିମା, ସୁରଜ ପାତ୍ର-ସମ୍ପାଦକ, ଲକ୍ଷ୍ମୀ ମହାଙ୍କୁଡ଼- କୋଷାଧ୍ୟକ୍ଷ ରୂପେ ନିର୍ଦୁନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଏହି ସମ୍ପର୍କରେ ନିର୍ବାଚନ ଅଧିକାରୀ ଆଇନଜୀବୀ ଚନ୍ଦ୍ର ଶେଖର ଧୁଳି ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଓକିଲ ସଂଘର ସଭାପତି ପାଇଁ ଗୌରି ଶଙ୍କର ଦାଶ ଓ ରମେଶ ଚନ୍ଦ୍ର ଲିମା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତେବେ ଶ୍ରୀ ଦାଶ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଥିଲେ। ସେହିପରି ପୂର୍ବରୁ ସରୋଜ କୁମାର ପାତ୍ର ସମ୍ପାଦକ ଏବଂ ଲକ୍ଷ୍ମୀ ମହାଙ୍କୁଡ଼ କୋଷାଧ୍ୟକ୍ଷ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସମ୍ପାଦକ ଓ କୋଷାଧ୍ଯକ୍ଷ ନିମନ୍ତେ ଆଉ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ସେମାନେ ନିର୍ଦୁନ୍ଦରେ ବିଜୟ ହୋଇଥିଲେ। ଗୁଣପୁର ଓକିଲ ସଙ୍ଘରେ ପୁଣି ଥରେ ସୁସ୍ଥ ବାତାବରଣ ଫେରି ଆସିଥିବାରୁ ସମସ୍ତ ଆଇନଜୀବୀ ଏହାକୁ ସ୍ବାଗତ କରିଛନ୍ତି। ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ସାହୁ, ଉମା ଚରଣ ପଟନାୟକ, ଏସ ଗଣପତି,ବ୍ରହ୍ମାନନ୍ଦ ପଟ୍ଟନାୟକ, ଫଣି ଭୂଷଣ ପଟ୍ଟନାୟକ, ପ୍ରଦୀପ ଦାଶ, ପ୍ରତାପ ରାଓ,ଦେବୀ ଆଚାର୍ଯ୍ୟ, ଅକ୍ଷୟ କୁମାର ଶତପଥି,ଗୋୖରୀ ଶଙ୍କର ଦାଶ, ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।


