ବାରିଆ ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ର ବାରିଆ ଠାରେ ରହିଥିବା ଲକ୍ଷ୍ମୀ ପୂଜା କମିଟି ତରଫରୁ ଚଳିତ ବର୍ଷ ୪୬ ତମ ସାର୍ବଜନୀନ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଯାଉଛି। କମିଟି ତରଫରୁ ପୂଜା କରିବା ପାଇଁ ମାଟି ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି। କମିଟି ତରଫରୁ ମାଟି ଅନୁକୂଳ ସ୍ଥାନରେ ସମସ୍ତ ପୂଜା ସାମଗ୍ରୀ ଧରି ପହଞ୍ଚିବା ପରେ ଗ୍ରାମର ଦେହୁରୀ ମୀନକେତନ ନାଏକ ବିଧି ଅନୁଯାୟୀ ପୂଜା ଅର୍ଚ୍ଚନା କାର୍ଯ୍ୟ ସମ୍ପାଦନା କରିବା ପରେ ଲକ୍ଷ୍ମୀଙ୍କ ମୂର୍ତ୍ତି ଗଢିବା ପାଇଁ ମାଟି ଅନୁକୂଳ କରି ପୂଜା ମଣ୍ଡପ କୁ ଆଣିଥିଲେ। ମାଟି ପୂଜା ମଣ୍ଡପ କୁ ଆସିବା ସମୟରେ ଘଣ୍ଟ, ସଂକୀର୍ତ୍ତନ, ଶଙ୍ଖ ନାଦରେ ସ୍ବାଗତ କରି ମାଟି ଆଣିଥିବା ଦେଖିବାକୁ ମିଳିଛି। ମାଟି ଅନୁକୂଳ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ କମିଟି ର ସଦସ୍ୟ କମଳାକାନ୍ତ ନାଏକ, କୀର୍ତ୍ତନ ବିହାରୀ ପଲେଇ, କଳାକାର ମହାନ୍ତ, କମଳାକାନ୍ତ ମହାନ୍ତ,ମୋତିଲାଲ ନାଏକ, ଲିଙ୍ଗରାଜ ନାଏକ, ସୁରେନ୍ଦ୍ର ବାରିକ, ନବକିଶୋର ବାରିକ, ଶଙ୍ଖାଳି ଚରଣ ନାଏକ ଙ୍କ ଗ୍ରାମର ମହିଳା, ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଛି।