ବାସନ୍ଦ ପରିବାର ଜିଲା ପ୍ରଶାସନର ଦ୍ୱାରସ୍ଥ
ଛତ୍ରପୁର, ୨୨/୬: ଗଞ୍ଜାମରେ ବାସନ୍ଦ ଘଟଣା ଏବେ ଏକ ନିତିଦିନିଆ ଘଟଣା ହୋଇଗଲାଣି । ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଚାଂୟତ ଅଧିନ ନରସିଂହପୁର,ସାମିଆପଲ୍ଲୀ ଓ କମାପଲ୍ଲୀର ସମୁଦାୟ ୧୧ ସାଉଁଟିଆ ପରିବାରକୁ ଜାତିରୁ ୨ ବର୍ଷ ହେଲାଣି ବାସନ୍ଦ ହୋଇଥିବା ନେଇ ଆଜି ବାସନ୍ଦ ପରିବାର ସଦସ୍ୟ ଗଞ୍ଜାମ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । ସାଉଁଟିଆ ଜାତିର କିଛି ଅସାଧୁ ବ୍ୟକ୍ତି ନିଜକୁ ମୁଖିଆ ବା ଜାତି ମୁଖ୍ୟ ପ୍ରତିନିଧି କହି ଆମ୍ଭମାନଙ୍କୁ ଅତ୍ୟାଚାର କରିଆସୁଛନ୍ତି । ସେମାନେ ଦିର୍ଘ ବର୍ଷ ହେବ ସାଉଁଟିଆ ଜାତି ଜନସାଧାରଣମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିନା କାରଣରେ ଜୋରିମନା ଆକାରରେ ଅର୍ଥ ଆଦାୟ କରୁଛନ୍ତି । ନିଜ ଜାତିର ପୁଅ/ଝିଅ ବାହାଘରରେ କଟାଂସାଜି ବାହାଘରକୁ ବିନା କାରଣରେ ବନ୍ଦ କରିଦେଉଛନ୍ତି । ସେମାନେ ଯାହା କରୁଛନ୍ତି ଏବଂ କହୁଛନ୍ତି ସେମାନଙ୍କ କଥା ସମସ୍ତେ ମାନିବାକୁ ବଧ୍ୟ କରୁଛନ୍ତି ଯେଉଁମାନେ ମାନିବେ ନାହିଁ ସେମାନଙ୍କୁ ଭୟଭିତ କରାଉଛନ୍ତି । ଏପରିକି ବିଗତ କିଛି ଦିନ ତଳେ ଏହି ଅସାଧୁ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ସ୍ୱର ଉଠାଇବା ସହ କମାପଲ୍ଲୀ,ନରସିଂହପୁର,ସାମିଆପଲ୍ଲୀ.ପୁଟବଗଡ,ବଗଡପଲ୍ଲୀ,ବ୍ରାହ୍ମଣିଆପଲ୍ଲୀ,ଜଗତପଲ୍ଲୀ, ସିନ୍ଦିରାପଲ୍ଲୀ,କେରାିତୋଳା,ଟାଙ୍ଗଣାପଲ୍ଲୀ,ବଳରାମପୁର,ପୁଟବଗଡ ଆଦିଏହି ଅଚଂଳ ସାଉଁଟିଆ ଜାତିର ଲୋକମାନେ ଗଞ୍ଜାମ ଜିଲାପାଳ,ତହସିଲ,ଥାନା ଓ ମାନବ ଅଧିକାରୀ କମିସନଙ୍କ ନିକଟରେ ଦ୍ୱାରସ୍ଥ ହୋଇ ନିଜର ଦଃଖ ମଧ୍ୟ ଜଣାଇଥିଲେ । ଏପରିକି ଗ୍ରାମରେ ଆସି ସମାଧାନ କରିଥିଲେ କିନ୍ତୁ ପୁଣି ସମାଧାନକୁ ପ୍ରତ୍ୟାଖାନ କରି ଆମ୍ଭମାନଙ୍କୁ ଅତ୍ୟାଚାର କରୁଛନ୍ତି ବୋଲି କହିଥିଲେ । ତୁରନ୍ତ ଏହାର ସମାଧାନ କରିବା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଡେପୁଟିକଲେକ୍ଟର ଙ୍କୁ ପ୍ରଦାନ କରିଛନ୍ତି