କାନପୁର ଗ୍ରାମରୁ ଦୁଇଟି ଗାଡ଼ିରୁ ବ୍ୟାଟେରି ଚୋରି, ପୋଲିସର ତଦନ୍ତ

ହାଟଡିହି (ଓ୍ବାଇଏନଏସ) କିଛି ଦିନର ନିରବତା ପରେ ପୁଣି ମାତିଲେ ବ୍ୟାଟେରୀ ଚୋର। କାନପୁର ଗ୍ରାମରୁ ଗତକାଲି ରାତିରେ ଦୁଇଟି ଗାଡ଼ିରୁ ବ୍ୟାଟେରୀ ଚୋରି କରି ନେଇଛନ୍ତି ଲୁଟେରା। ସୂଚନାରୁ ଜଣା ଯାଇଛି ଯେ ସୋସୋ ଥାନା କାନପୁର ଗ୍ରାମରେ ସତ୍ୟଜିତ ଖମାରିଙ୍କ ଘର ସମୁଖରେ ଦୁଇଟି ଚାରି ଚକିଆ ଗାଡି ଥୁଆ ହୋଇଥିବା ବେଳେ କେହି ଦୁର୍ବୁତ୍ତ ଗତ କାଲି ବିଳମ୍ବିତ ରାତିରେ ଦୁଇଟି ଯାକ  ଗାଡ଼ିରୁ  ବ୍ୟାଟେରି ଗୁଡ଼ିଜ ଚୋରି କରି ନେଇ ଯାଇଛି। ଆଜି ସକାଳେ ପରିବାର ଲୋକେ ବାହାରକୁ ଉଠିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ସତ୍ୟଜିତ ଏନେଇ ନେଇ  ସୋସୋ ଥାନାରେ ଅଭିଯୋଗ କରିବା ପରେ  ସୋସୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ବର୍ଷ ମଧ୍ୟ ସତ୍ୟଜିତ ଙ୍କ ପଡୋଶୀ ଘରୁ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କାର ମାଇକ ମେସିନି, ଲାଇଟ ଆଦି ଚୋରି ହୋଇଥିଲା। କିନ୍ତୁ ପୋଲିସ କେବଳ ମାମଲା ରୁଜୁ କରି ଚୁପ ବସିଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସମୁଖରେ ଲାଗିଥିବା ସି ସି ଟିଭି ଯାଞ୍ଚ କଲେ ଲୁଟେରାଙ୍କ ସମ୍ପର୍କରେ ସୂଚନା ମିଳି ପାରନ୍ତା ବୋଲି ସତ୍ୟଜିତ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ