ଆରମ୍ଭହେଲା ସମାପ୍ତି ସୂଚକ ଆକଳନ (୨) ଲିଖିତ- ୨୦୨୬ ପରୀକ୍ଷା: ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଲାଗୁହେଲା ପାସ୍‍-ଫେଲ୍‍ ବ୍ୟବସ୍ଥା

ଆସିକା,(ୱାଇଏନ୍‍ଏସ୍‍) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ସଂଯୋଜନାରେ ଆଜିଠାରୁ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୩ଟି କ୍ଳଷ୍ଟର ୧୩୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ସମାପ୍ତି ସୂଚକ ଆକଳନ- ୨୦୨୬ ଲିଖିତ ପରୀକ୍ଷା ଆରମ୍ଭ ହୋଇଥିବା ଜଣାପଡିଛି। ପ୍ରଥମ ଦିନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମାତୃଭାଷା ଓଡିଆର ଲିଖିତ ପରୀକ୍ଷା ଦେଇଥିଲେ । ଗତ ୬ ତାରିଖ ଓ ୭ ତାରିଖ ଦୁଇ ଦିନ ଧରି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ପାଠ୍ୟକ୍ରମ ଉପରେ ମୌଖିକ ପରୀକ୍ଷା ମଧ୍ୟ ଦେଇଥିଲେ । ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ସମାପ୍ତି ସୂଚକ ଆକଳନ-୨୦୨୬ ଲିଖିତ ପରୀକ୍ଷାର ପ୍ରଥମ ଦିବସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମାତୃଭାଷା ପରୀକ୍ଷା ଦେଇଥିବା ଜଣାପଡିଛି। ଏହି ଦ୍ୱିତୀୟ ସମାପ୍ତି ସୂଚକ ଆକଳନ-୨୦୨୬ପରୀକ୍ଷାକୁ ସୁ ପରିଚାଳନା ସହ ଶୃଙ୍ଖଳିତ ଭାବେ ସମାପ୍ତ କରିବା ପାଇଁ ଗୋଷ୍ଟୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଏବିଇଓ ଭଂଜ ବେହେରା, ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସିଆର୍‍ସିସି ଶିଶିରକାନ୍ତ ବେହେରା, ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର କରଙ୍କ ସମେତ ଶିକ୍ଷା ବିଭାଗର ବହୁ ପଦାଧିକାରୀ ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ତ ୧୩୫ଟି ସରକାରୀ ପ୍ରଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୧୩୨୬୭ଜଣ ପରୀକ୍ଷାର୍ଥୀ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ଏହି ଦ୍ୱିତୀୟ ସମାପ୍ତି ସୂଚକ ଆକଳନ-୨୦୨୬ ପରୀକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିବା ଜଣାପଡିଛି। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ୧୩୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ଆଜିଠାରୁ ଦ୍ୱିତୀୟ ସମାପ୍ତ ସୂଚକ ଆକଳନ ଲିଖିତ (ସମେଟିଭ୍‍ ଆସେସ୍‍ମେଣ୍ଟ-୨) ପରୀକ୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ବୋଲି ଜଣାପଡିଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ପରିଚାଳନା କରାଯାଉଥିବା ଜଣାପଡିଛି । ଚଳିତବର୍ଷ ଠାରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାର୍ଥୀମାନଙ୍କ ପାଇଁ ପାସ୍‍-ଫେଲ୍‍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୋଟ ୫୦ ମାର୍କ ମୌଖିକ ଓ ଲିଖିତ ପରୀକ୍ଷା ରହିିଛି । ସେଥିମଧ୍ୟରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିଥିବା ଜଣାପଡିଛି । ସେହିପରି ଅଷ୍ଟମ ଶ୍ରେଣୀ ପରୀକ୍ଷାର୍ଥୀମାନଙ୍କ ପାଇଁ ୫୦ ମାର୍କର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ପରୀକ୍ଷାରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ୩୦ ପ୍ରତିଶତରୁ କମ୍‍ ମାର୍କ ରଖିଥିବା ଛାତ୍ରଛାତ୍ରୀ ଯେଉଁମାନେ କୃତକାର୍ଯ୍ୟ ହେବେ ନାହିଁ ସେମାନଙ୍କ ପାଇଁ ସପ୍ଳିମେଣ୍ଟ ପରୀକ୍ଷା କରାଯିବ ଏବଂ ତା ପୂର୍ବରୁ ଅକୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପାଇଁ ରେମେଡିଆଲ୍‍ ଟିଚିଂ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ଆସନ୍ତା ୧୩ ତାରିଖରେ ପରୀକ୍ଷା ସରିବା ପରେ ବିଷୟଭିତ୍ତିକ ଶିକ୍ଷକମାନଙ୍କ ଦ୍ୱାରା ଉତ୍ତରଖାତା ଗୁଡିକୁ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗେସ୍‍ ରିପୋର୍ଟ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । (ଫୋଟ ଯାଇଛି) (ଫଟୋ ଜରୁରୀ)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ