ବେରେଡ଼ାକିଆ ପଞ୍ଚାୟତ ଜଳ ସମସ୍ୟା ଦୂର ପାଇଁ ପ୍ରୟାସ: ମେଗା ପ୍ରକଳ୍ପରେ ଛଅ ଗୋଟି ୱାର୍ଡ଼କୁ ପହଞ୍ଚିଲା ପାଣି 

ରାଇକିଆ,୨୯/୪-(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଚଳିତ ଗ୍ରୀଷ୍ମ ଋତୁରେ ଜଳ ସମସ୍ୟା ଗମ୍ଭୀର ରହିଛି । ବିଭିନ୍ନ ପଞ୍ଚାୟତ ରେ ଲୋକେ ଏ ନେଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୁଇ ବର୍ଷ ଧରି ଚାଲିଥିବା ମେଗା ଜଳ ପ୍ରକଳ୍ପର କାର୍ଯ୍ୟ କେତେକାଂଶ ରେ ସରିଥିବାରୁ ରାଇକିଆ ସହର ଓ ବେରେଡ଼ାକିଆ ପଞ୍ଚାୟତ ର କେତେକ ୱାର୍ଡ଼ କୁ ପାନୀୟ ଜଳ ପହଞ୍ଚିଛି । ଏହି ପଞ୍ଚାୟତ ର କାଲୁମାହା ଠାରୁ ବାଞ୍ଜାମହା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ସ୍ଵାଭାବିକ ହୋଇଛି।  ପାଇପ ଯୋଗେ ଏହି ସବୁ ଅଞ୍ଚଳ କୁ ଜଳ ଯୋଗାଣ ଆରମ୍ଭ ହୋଇଛି । ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ଓ ମେଗା ପ୍ରକଳ୍ପ ର ଇନ୍ ଚାର୍ଜ ଶ୍ରୀନିବାସ ରାଓ ଙ୍କ ଉପସ୍ଥିତିରେ ଏହାକୁ ଆରମ୍ଭ କରଯାଇଥିଲା ।  ଜଳ ସମସ୍ୟାର ସମାଧାନ କରିବା ପାଇଁ ବହୁପ୍ରତିକ୍ଷିତ ମେଗା ପ୍ରକଳ୍ପର  ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତର ଛଅ ଗୋଟି ୱାର୍ଡରେ ପାନୀୟ ଯୋଗାଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡିକରେ ପ୍ରଥମ ଥର ପାଇଁ ଟ୍ୟାପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଅଛି । ପଞ୍ଚାୟତ ଜଳ ସମସ୍ୟା ଦୂର କରିଥିବାରୁ ଅଞ୍ଚଳବାସୀ ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭରୁ ହିଁ ପଞ୍ଚାୟତ ସହଯୋଗରେ କେଉଁ କେଉଁ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଇ ଥାଏ ସେସବୁ  ସ୍ଥାନକୁ ଚିହ୍ନଟ କରି ପାଇପ୍ ବିଛାଇବା ସହ ପାଇପ୍ ଟେପ୍ ଷ୍ଟାଣ୍ଡ ସ୍ଥାପନ କରାଯାଇଥିଲା । ଆଉ କିଛି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାବେଳେ ଆଗାମୀ ୧୫ ଦିନ ମଧ୍ୟରେ  ପ୍ରାଥମିକତା ଭିତ୍ତି ରେ ପଞ୍ଚାୟତର ଅନ୍ୟ ସମସ୍ତ ୱାର୍ଡରେ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ