ଦୌଡ କୁଦ ପ୍ରତିଯୋଗିତାରେ ଭାଗ୍ୟଶ୍ରୀଙ୍କ ସଫଳତା

ହାଟଡିହି (ଓ୍ବାଇଏନଏସ): ଜିଲ୍ଲା ସ୍ତରୀୟ ଦୌଡ କୁଦ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଭାଗ୍ୟଶ୍ରୀ ବେହେରା  ସଫଳତା ହାସଲ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଦୁଇଦିନ ଧରି କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ କଣିଆରୀ ଗ୍ରାମର ଅଭିନ୍ନ କେଶରୀ ବେହେରାଙ୍କ ଝିଅ ଭାଗ୍ୟଶ୍ରୀ ଲମ୍ବ ଡ଼ିଆଁ ପ୍ରତିଯୋଗିତାରେ ଭଗନେଇ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ସଫଳତାରେ ହାଟଡିହି ବ୍ଲକର ଖେଳ ଶିକ୍ଷକ ପ୍ରମୋଦ କୁମାର ବେହେରା, ଶାନ୍ତନୁ ରାଉତ, ସତ୍ୟବ୍ରତ ସାମଲ ପ୍ରମୁଖ ଛାତ୍ରୀ ଜଣଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ରାଜ୍ୟ ସ୍ତରୀୟ ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ