ଛତ୍ରପୁର ଓ ଚମାଖଣ୍ଡି ଠାରେ ଭାରତ ବନ୍ଦ ଡାକରା: ଜନ ଜୀବନ ପ୍ରଭାବିତ
ଛତ୍ରପୁର (ଓ୍ବାଇଏନଏସ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଥିଲା। ଛତ୍ରପୁର ଓ ଚମାଖଣ୍ଡି ଛକ ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ରେ ସକାଳୁ ଏଆଇଟିୟୁସି, ଆଇ ଏନ ଟି ୟୁ ସି, ଏଚ ଏମ ଏସ ଓ ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ଶୋଭାଯାତ୍ରା ରେ ସହର ପରିକ୍ରମା କରି ପିକେଡ଼ିଙ୍ଗ କରିବା ସହ ଦୋକାନ, ବଜାର,ବ୍ୟାଙ୍କ ଏବଂ ବିଭିନ୍ନ ଦପ୍ତର ଗୁଡିକ ବନ୍ଦ କରିଥିଲେ । ପରେ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥ କୁ କିଛି ସମୟ ନିମନ୍ତେ ବନ୍ଦ କରିଥିଲେ, ଯାହାଫଳ ରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନିଜର ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ସେହିପରି ଚମାଖଣ୍ଡି ଛକ ଠାରେ ପୂର୍ବାହ୍ନ ରେ ଏ ଆଇ ଟିୟୁ ସି ପକ୍ଷରୁ ଜାତୀୟ ରାଜ ଅବରୋଧ କରାଯାଇଥିଲା । ଯାହାଫଳ ରେ ବହୁ ସମୟ ଧରି ଉଭୟ ପାର୍ଶ୍ଵ ରେ ବିଭିନ୍ନ ଗାଡି ଅଟକି ରହିଥିଲା, ଯାତାୟତ ଏକ ପ୍ରକାର ଠପ ହୋଇଯାଇଥିଲା, ଛତ୍ରପୁର ଏ ଆଇ ଟିୟୁସି ଜାତୀୟ ପରିଷଦ ସଭ୍ୟ ଏନ. ନାରାୟଣ ରେଡ୍ଡୀ, ଏ ଆଇ ଟି ୟୁ ସି ଜିଲ୍ଲା ନେତା ନୀଳ କଣ୍ଠ ଦାଶ, ଡି. ଆଦିନାରାୟଣ ରେଡ୍ଡୀ, ଆଦିତ୍ୟ ମିଶ୍ର, ନାରୀନେତ୍ରୀ ଏନ. ଭାନୁ ମତି ରେଡ୍ଡୀ, ଏସ. କ୍ରିଷ୍ଣା ରେଡ୍ଡୀ, ମାଗୁଣି ବିଷୋୟୀ, ଚି଼ଙ୍କରା଼ ବେହେରା, ମଧୁରା ସୁବୁଦ୍ଧି, ଏନ. ମୁନା ପାତ୍ର, ସନ୍ୟାସୀ ପ୍ରଧାନ, ଚାଷୀ ନେତା ସିମାଞ୍ଚଳ ନାହାକ, ସମାଜସେବୀ ଭାଗିରଥି ବେହେରା, ଆଇନଜିବି ତଥା ଶ୍ରମିକ ନେତା ସନ୍ତୋଷ ସାହୁ, ଆଇ ଏନ ଟିୟୁସି ର ଇଜୁ ଆମିନ ଖାନ, ମହେଶ ଗୌଡ଼, ଡି. ରାମସ୍ୱାମୀ ରେଡ୍ଡୀ, ଏଚଏମଏସ ଡ଼ଃ ରାଜେନ୍ଦ୍ର ଦାଶ, ମମତା ନାୟକ,ଭବାନୀ ସେନା ଓ ଅନ୍ୟାନ୍ୟ କୋଠା ବାଡି ଶ୍ରମିକ ସଂଘ ସଭାନେତ୍ରୀ ମିନତୀ ପାତ୍ର, ଡମ୍ବରୁଧର ବାରିକ, ସେହିପରି ଚମାଖଣ୍ଡି ଛକ ଠାରେ ସିପିଆଇର ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ, ଗୁରୁନାଥ ପ୍ରଧାନ, ସିଏଚ. ସିଏଚ.ଜନାର୍ଦନ ରେଡ୍ଡୀ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ ଙ୍କ ସମେତ ବହୁ ଶ୍ରମିକ ଓ କୃଷକ ମାନେ ଧର୍ମଘଟରେ ସାମିଲ ହୋଇଛନ୍ତି। ଏହି ଅବସର ରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ସମସ୍ତ ବିଭାଗ ର ଡାକ୍ତର ପଦବୀ ପୂରଣ କରିବା, ଡିଆରଡିଏ ଓ କଲେଜ ଛକ ନିକଟରେ ତୁରନ୍ତ ଓଭରବ୍ରିଜ ନିର୍ମାଣ କରିବା, ଚାଷୀ ଙ୍କ ସୁବିଧା ନିମନ୍ତେ କରାତଳି ତାମ୍ପରା କୁ ଆନ୍ଧ୍ରା ମାଛ ମାଫିଆ ଠାରୁ ଉଛେଦ କରି ତାହାର ପୁନଃ ଉଦ୍ଧାର କରିବା ସହିତ ସ୍ଥାନୀୟ ଅଂଚଳ ର ବିଭିନ୍ନ ଦାବୀ କରାଯାଇଥିଲା