ନାଉଗାଁ ବ୍ଳକର ଭଟଣା-ନୟାସିଙ୍ଗଡା ନିମ୍ନମାନର ରାସ୍ତା କାର୍ଯ୍ୟ : କାମକୁ ବନ୍ଦ କଲେ ଗ୍ରାମବାସୀ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଓଷକଣା ପଂଚାୟତର ଭଟଣା ଓ ନୟାସିଙ୍ଗଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି। ଏହି ରାସ୍ତାଟି ବିପର୍ଯ୍ୟସ୍ତ ହୋଇ ପଡିବାରୁ ରାସ୍ତାର ମରାମତି ପାଇଁ ବିଭାଗ ପକ୍ଷରୁ ପାଖାପାଖି ୧୦ଲକ୍ଷ ଟଙ୍କାର ଟେଣ୍ଡର କରାଯାଇ ଠିକାଦାର ନିଯୁକ୍ତ କରାଯାଇଛି। ଏବେ ଏହି ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। କିନ୍ତୁ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଉକ୍ତ କାର୍ଯ୍ୟକୁ ପଂଚାୟତର ସମିତି ସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ଗଣେଶ ମୁଦୁଲି,ଭୋବନୀ ସାହୁ, ଅଶୋକ ବରାଳଙ୍କ ସମେତ ଗ୍ରାମବାସୀମାନେ ବନ୍ଦ କରିଥିଲେ। ଗ୍ରାମବାସୀଙ୍କ କହିବା ମୁତାବକ କାର୍ଯ୍ୟ କରୁଥିବା ଠିକାଦାର ନିମ୍ନମାନର କାର୍ଯ୍ୟ କରୁଛନ୍ତି। ରାସ୍ତାକୁ ସଫା ନକରି ମାଟି ଉପରେ ପିଚୁ ପକାଇ କାର୍ଯ୍ୟ କରୁନ୍ତି। ରାସ୍ତାରେ ପିଚୁ ପକାଇବା ପରେ ହାତ ମାରିଲେ ଏହି ପିଚୁ ଉଠିଯାଇଛି। ଏପରିକି ରାସ୍ତା ମରାମତି ପରେ ଯାନବାହାନ ଏହି ରାସ୍ତାରେ ଚଳାଚଳ କଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିବ। ଏହି ରାସ୍ତା ଉପରେ ଦୁଇ ଗ୍ରାମ ସହି ଅନ୍ୟ ଗ୍ରାମର ଜନସାଧାରଣ ନିର୍ଭର କରନ୍ତି। ତେଣୁ ରାସ୍ତା କାର୍ଯ୍ୟ ଠିକ୍ ଭାବେ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ରାସ୍ତା କାର୍ଯ୍ୟ ବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ରାସ୍ତା କାର୍ଯ୍ୟ ପୁନର୍ବାର କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ