ଏମ.ପି ପ୍ରତିନିଧି ହେଲେ ଭବାନୀ
ଦିଗପହଣ୍ଡି (ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହରର ବିଜେପି ଯୁବନେତା ଭବାନୀ ଶଙ୍କର ପଣ୍ଡା ଙ୍କୁ ଦିଗପହଣ୍ଡି ଏନଏସି ପାଇଁ ବ୍ରହ୍ମପୁର ଏମ.ପି ଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏମ.ପି ଡ଼ା.ପ୍ରଦୀପ କୁମାର ପାଣିଗ୍ରାହୀ ଏ ସମ୍ପର୍କରେ ଏନ୍ଏସି କାର୍ଯ୍ୟାଳୟକୁ ଚିଠି ଯୋଗେ ଜଣାଇଛନ୍ତି। ବିଜେପି ର ଦିଗପହଣ୍ଡି ନଗର ସଭାପତି ଭାବେ ୩ ଥର ଦାୟିତ୍ୱରେ ରହିବା ପରେ ବର୍ତ୍ତମାନ ସେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଦିଗପହଣ୍ଡି ଏନଏସି ପ୍ରତିନିଧି ଭାବେ ମନୋନୀତ ହୋଇଥିବା ଭବାନୀ ବ୍ରହ୍ମପୁର ଏମ.ପି,ଦିଗପହଣ୍ଡି ବିଧାୟକ ଡ଼ା.ସିଦ୍ଧାନ୍ତ ମହାପାତ୍ର, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ବିଜେପି ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ ଙ୍କ ସମେତ ବିଜେପି ଜିଲ୍ଲା କାର୍ଯ୍ୟକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।