ଓଡ଼ିଆ ବିଭାଗରେ ଦ୍ଵିଦିବସୀୟ ଅନ୍ତର୍ଜାତୀୟ ଆଲୋଚନା ଚକ୍ର

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧରଣୀଧର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୁଲ୍ୟରେ “ ଆଧୁନିକତା ପରିପ୍ରେକ୍ଷୀରେ ଭାଷା ଓ ସାହିତ୍ୟ ” ବିଷୟବସ୍ତୁକୁ ଆଧାର କରି ଏକ ଦ୍ଵିଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ସଭାପତିତ୍ଵ କରିଥିଲେ। ବିଭାଗର ଅଧ୍ୟାପିକା ଡ଼ ଶୁଭସ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ଧରଣୀଧର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁମନ୍ତ୍ର ନାୟକ ଆନ୍ତର୍ଜାତୀୟ ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ ଯେ ସମାଜରେ ଆଧୁନିକତାର ପ୍ରଭାବ ବିଷୟରେ ଆଲୋଚନା କରିବା ହେଉଛି ଏହି ଆଲୋଚନା ଚକ୍ରର ଉଦ୍ଦେଶ୍ୟ । ତ୍ରିଭୁବନ ବିଶ୍ଵବିଦ୍ୟାଳୟ, ନେପାଳର ପ୍ରଫେସର ଉତ୍ତମ  ଭତରାଇ ଭାରତୀୟ ଭାଷା ପରିବାର ଏବଂ ଭାଷାର ଭୂମିକା ସମ୍ପର୍କର ତାଙ୍କର ମତ ଉପସ୍ଥାପନ କରିଥିଲେ। ତାଙ୍କପରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ NEP-2020ରେ କଥିତ ଭାଷାକୁ ଦିଆଯାଇଥିବା ଗୁରୁତ୍ୱ ସମ୍ପର୍କରେ କହିବା ସହିତ ମୂଲ୍ୟବୋଧ ଶିକ୍ଷା ଲାଭ କରିବାକୁ ହେଲେ ଯୁବପିଢ଼ିଙ୍କୁ ନିଜ ମାଟିକୁ ଭଲ ପାଇବାକୁ ପଡ଼ିବ ବୋଲି ଉପଦେଶ ଦେଇଥାଏ । ଲୋକଜୀବନ ବଞ୍ଚିରହିଲେ ଭାଷା ବଞ୍ଚିରହିଥାଏ ବୋଲି କହିଥିଲେ । ତାଙ୍କ ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ପୁରୀର କୁଳପତି ପ୍ରଫେସର ସବିତା ପ୍ରଧାନଙ୍କ ମତରେ ଆଧୁନିକତାର ପ୍ରଭାବ ଭାଷା ଉପରେ କିପରି ପଡୁଛି ସେ ସମ୍ପର୍କର ନିଜ ମତ ରଖିଥିଲେ। ଏହାସହିତ ଆଧୁନିକତାକୁ ପ୍ରଭାବିତ କରୁଥିବା ବିଭିନ୍ନ କାରଣ ସମ୍ପର୍କରେ ମତ ରଖିବା ସହ ଟେକ୍ନୋଲୋଜିର ଯୁଗରେ ଭାଷାର ଓ ସାହିତ୍ୟର ଘଟୁଥିବା ହ୍ରାସ ଫଳରେ ଭାଷାରେ ପରିବର୍ତ୍ତନ ଦେଖା ଦେଉଛି ଯାହା ଯୁବପିଢିଙ୍କ ପାଇଁ ବିପଦ ସ୍ୱରୂପ । ସେ ତାଙ୍କ ବକ୍ତବ୍ୟରେ ଭାଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଯେ ଭାଷା ଜୀବନ୍ତ ଏବଂ ଗତିଶୀଳ। ତାଙ୍କପରେ ଧରଣୀଧର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଭୁପ୍ରସାଦ ଦାସ ଭାଷା ଓ ସାହିତ୍ୟ ସମ୍ପର୍କରେ ଅଭିମତ ରଖିଥିଲେ। ଏହା ପରେ ଆଲୋଚନା ଚକ୍ରରେ ସଭାପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ଭାଷା ଓ ସାହିତ୍ୟକୁ ଆଧୁନିକତାର ପ୍ରଭାବରେ ସଙ୍କୁଚିତ ହେବାରୁ ରକ୍ଷାକରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।  । ତାଙ୍କ ପରେ ଧରଣୀଧର ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡ଼. ଅଜୟ କୁମାର ସାହୁ ଧନ୍ୟବାଦ ପ୍ରଦାନ କରି ଉଦ୍ଘାଟନୀ ସଭାକୁ ଶେଷ କରିଥିଲେ । ଏହାପରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ଯେଉଁଥିରେ ପ୍ରଫେସର ନାରାୟଣ ସାହୁ ଭାଷା, ସାହିତ୍ୟ ଓ ସଂସ୍କୃତି ସବୁଥିରେ ଆଧୁନିକତାର ପ୍ରବେଶ କିପରି ଘଟୁଛି ସେ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ତାଙ୍କପରେ ପ୍ରଫେସର ମହେଶ୍ୱର ପାଢ଼ୀ ତାଙ୍କ ଭାଷଣରେ ସାହିତ୍ୟର କାର୍ଯ୍ୟ ସମ୍ପର୍କରେ କହିବା ସହିତ ଏହା କିପରି ଜୀବନ ଓ ଜଗତ ସହିତ ଜଡିତ ରହି ପରବର୍ତ୍ତୀ ପିଢ଼ିଙ୍କ ପାଇଁ ସାଇତି ରଖିବା ସେ ସମ୍ପର୍କରେ ମତ ଦେଇଥିଲେ । ତା ସହ ବର୍ତ୍ତମାନର ବଜାରୀକରଣ ଯୁଗରେ ମନୁଷ୍ୟର କିପରି ମାନବୀୟ ମୂଲ୍ୟବୋଧ ହ୍ରାସ ଘଟୁଛି । ମାତ୍ର ସମାଜକୁ ବଞ୍ଚିବା ପାଇଁ ଉତ୍ତର ପିଢ଼ିଙ୍କ ଭିତରେ ଏହି ଭାବପ୍ରବଣତା ରହିବା ଆବଶ୍ୟକ ବୋଲି ମତ ଉପସ୍ଥାପନ କରିଥିଲେ। ତାଙ୍କପରେ ରମାଦେବୀ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱରର ପ୍ରଫେସର ଡ. ସଂଘମିତ୍ରା ଭଞ୍ଜ ନିଜ ଭାଷଣରେ କହିଥିଲେ ଯେ ଆଧୁନିକତା ହେଉଛି ମନ ଓ ଆତ୍ମାର ନବୀକରଣ। ଏହା ମୂଳ ଓ ଜଡ଼ିଭୂତ ଚେତନାକୁ ଛାଡ଼ିନଥାଏ । ଏହାପରେ ଧରଣୀଧର ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡ. ଜ୍ୟୋତି କିଶୋର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ। ଏହା ପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । ସେଥିରେ ବିଶ୍ୱଭାରତୀ ଶାନ୍ତି ନିକେତନର ଓଡ଼ିଆ ବିଭାଗର  ଅବସର ପ୍ରାପ୍ତ ପ୍ରଫେସର ମନୋରଞ୍ଜନ ପ୍ରଧାନ ସଭାପତି ଦାୟିତ୍ଵ ଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ। ତାଙ୍କ ପରେ ଶୀତଳ ପାଲବାବୁ, ମିଆଁମାର ସେ ନିଜର ଅଭିଭାଷଣରେ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ନିଜ ମତ ରଖିଥିଲେ। ତାଙ୍କ ପରେ ଲକ୍ଷ୍ମୀପ୍ରିୟା ବେହେରା ନିଜ ବକ୍ତବ୍ୟରେ ଆଧୁନିକତା ସମୟ ସହ ବଦଳିଥାଏ । ଏହା ଏକ ଚେତନା । ପ୍ରାଚୀନରୁ ବର୍ତ୍ତମାନ ଯାଏ ଘଟୁଥିବା ଭାଷାର ପରିବର୍ତ୍ତନ ସମ୍ପର୍କରେ ନିଜେ ମତବ୍ୟକ୍ତ କରିଥିଲେ। ତାଙ୍କ ପରେ ଅକାଲୁ ପୃଷ୍ଟି ଧନ୍ୟବାଦ  ପ୍ରଦାନ କରି  ସଭା ଶେଷ କରିଥିଲେ। ଏହା ପରେ ସନ୍ଧ୍ୟା ସମୟରେ ଡ଼. ସୁମନ୍ତ୍ର ନାଏକଙ୍କ ରଚିତ, ଡ଼. ତରୁଣ ଗାଙ୍ଗୁଲି ଓ ଡ଼. ଜ୍ୟୋତି କିଶୋର ମହାନ୍ତଙ୍କ ଦ୍ଵାରା ନିର୍ଦ୍ଦେଶନାରେ “ଉଡା ଡାହାଣୀ ” ନାମକ ନାଟକ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ