ବଡ଼ ବଜାର ବ୍ୟବସାୟୀ ସଙ୍ଘ ପକ୍ଷରୁ ଦୁର୍ଗାପୂଜା ଲାଗି ଶୁଭଖୁଣ୍ଟି ସ୍ଥାପନ
ଛତ୍ରପୁର, (ଓ୍ବାଇଏନଏସ) : ଆଉ କେଇଟା ଦିନ ପରେ ଧରାବତରଣ କରିବେ ଜଗତ ଜନନୀ ଦଶଭୁଜା ମା ଦୁର୍ଗା l ଏଥିପାଇଁ ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି l ଶକ୍ତି ପୀଠ ମାନଙ୍କରେ ମା ଙ୍କ ଶୋଡ଼ସ ପୂଜା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମେଢ଼ ନିର୍ମାଣ କରାଯିବା ଲାଗି ସଭିଏଁ ପ୍ରସ୍ତୁତ ହୋଇ ସାରିଲେଣି l କେଉଁଠି କେଉଁଠି ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ଆଉ କେତେକ ସ୍ଥାନରେ ମାଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଉଛି l ଆଉ ଏଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର l ସହରର ବଡ଼ ବଜାର ବ୍ୟବସାୟୀ ସଙ୍ଘ ପକ୍ଷରୁ ମଙ୍ଗଳବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି l ପଣ୍ଡିତ ମନୋଜ କୁମାର ଶତପଥି ଙ୍କ ପୌରାହିତରେ ସଙ୍ଘର ସଭାପତି ସଂଜିତ କୁମାର ରାଉଳ ଙ୍କ ସମେତ ବହୁ ସଦସ୍ୟ ମାନେ ଏକତ୍ରିତ ହୋଇ ମା ଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରିଥିଲେ l