ବାଇକ ଓ ଏକ୍ସଏଲ ମୁହାଁମୁହିଁ ଧକ୍କା: ଜଣେ ମୃତ ଜଣେ ଗୁରୁତର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ମଙ୍ଗଳ ବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ସ୍ୱାମୀ ଭୀମ ମଳିକ ଓ ସ୍ତ୍ରୀ କାରିମାଙ୍ଗା ମଳିକ ବନ୍ଧାଗୁଡା ଗ୍ରାମ କୁ ଏକ ଭୋଜି ଖାଇବାକୁ ଯାଇ ଏକ୍ସଏଲ ଗାଡ଼ିରେ ନିଜ ଗାଁ ଏଣ୍ଡ୍ରିମା କୁ ଫେରୁଥିବା ସମୟରେ ଅପର ପାର୍ଶ୍ୱରୁ ଦୃତ ଗତିରେ ଆସୁଥିବା ଏକ ଆର ୱାନ ଫାଇବ ଗାଡି ଧକ୍କା ଦେଇଥିଲା। ଯାହା ଫଳରେ ଏକ୍ସଲ ଗାଡ଼ିରେ ଥିବା ସ୍ୱାମୀ ସ୍ତ୍ରୀ ଛିଟିକି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ସ୍ୱାମୀ ଭୀମ ମଳିକ ଓ ସ୍ତ୍ରୀ କାରିମାଙ୍ଗା ମଳିକ ଙ୍କୁ ଏମ୍ବୁଲେନ୍ସ ଯୋଗେ ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଭୀମ ଙ୍କୁ ମୃତ ଘୋଷଣା କରିଥିବାବେଳେ ସ୍ତ୍ରୀ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା | ଡାକ୍ତର କରିମାଙ୍ଗା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ଅଧିକା ଚିକିତ୍ସା ପାଇଁ ପଠା ଯାଇଥିବା ସୂଚନା ଦେଇଛନ୍ତି। ଅପର ପକ୍ଷେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ