ସଙ୍କଟପାଲିଆ ନିକଟରେ ରାସ୍ତା ମଝିରେ ଜଳିଗଲା ବାଇକ୍
ହାଟଡିହି5-(ଓ୍ବାଇଏନଏସ): ରାସ୍ତା ମଝିରେ ଜଳିଗଲା ଏକସଟ୍ରିମ୍ ବାଇକ୍। ଏପରି ଘଟଣା ଘଟିଛି ହାଟଡିହି ବ୍ଲକ ଛେନାପଦି ହଦଗଡ଼ ରାସ୍ତାର ସଙ୍କଟପାଲିଆ ନିକଟରେ। ଛେନାପଦି ଛକର ପଙ୍କଜ ଗୁପ୍ତା ନାମକ ଜଣେ ଯୁବକ ଗତ ଫେବୃୟାରୀ ମାସରେ ନୂଆକୁ ଆଣିଥିବା ଏହି ଏକସଟ୍ରିମ୍ ବାଇକ୍ ଧରି ହଦଗଡ ଯାଇ ଫେରିବା ବେଳେ ଅକସ୍ମାତ୍ ରାସ୍ତା ମଝିରେ ବାଇକରେ ନିଆଁ ଲାଗିଯାଇ ଥିଲା। ସେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ବାଇକ୍ ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଲିଭାଇଥିଲେ।