ବାଇକ ଡିକି ଭାଙ୍ଗି ୫୫ ହଜାର ଟଙ୍କା ଲୁଟ

ଛତ୍ରପୁର (ଓ୍ବାଇଏନଏସ):  ଛତ୍ରପୁର ମୁଖ୍ୟ ବଜାର ରାସ୍ତାରୁ ଗୁରୁବାର   ଦିବ୍ୟସିଂହପୁର ଗାଁ ର ତଥା ମହାନାଦପୂର୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ନୀଳକଣ୍ଠ ଶତପଥୀ ଙ୍କ ବାଇକ ଡିକି ଭାଙ୍ଗି  ୫୫ ହଜାର ଟଙ୍କା ଲୁଟ ହୋଇଛି ସେ ଛତ୍ରପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବଜାର ଶାଖା ରୁ ୫୫ ହଜାର ଟଙ୍କା  ଉଠାଇଥିଲେ ଉକ୍ତ ଟଙ୍କା ବ୍ୟାଗ ରେ ଭର୍ତ୍ତି କରି ନିଜ ବାଇକ (ଓଡ଼ି ୦୭ ଏଭି ୭୧୧୪ ) ଡିକି ରେ ରଖିଥିଲେ ପରେ ବ୍ୟାଙ୍କ ଠାରୁ କିଛି ଦୂରରେ ଥିବା ଏକ କସ୍ମେଟିକ୍ ଦୋକାନ ଆଗରେ ରଖି ସେ କିଛି କିଣି ବାଇକ ପାଖକୁ ଆସିଥିଲେ ବାଇକ ର ଡିକି ଭଙ୍ଗା ଯାଇ ଉକ୍ତ ୫୫ ହଜାର ଟଙ୍କା ନଥିବା ସେ ଦେଖିବାକୁ ପାଇଥିଲେ ଶିକ୍ଷକ ଜଣଙ୍କ ଉଠାଇଥିବା ଉକ୍ତ ଟଙ୍କା ସୋଷାଇଟିରୁ ନେଇଥିବା ଋଣ ବାବଦରେ ପୈଠ କରିଥାନ୍ତେ ବୋଲି ସେ କହିଛନ୍ତି ପରେ ସେ ଏସଂପର୍କରେ ଛତ୍ରପୁର ଥାନାରେ ସେ ଲିଖିତ ଏତଲା ଦେଇଥିଲେ ଏହାପରେ ଛତ୍ରପୁର ଥାନା ଏସଆଇ ବିନୟ କୁମାର ଦାଶ ପୋଲିସ ଟିମ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ପୋଲିସ ଟିମ ବ୍ୟାଙ୍କ କୁ ଯାଇ ମ୍ୟାନେଜର ସହ ଆଲୋଚନା କରିବା ସହ ସିସି ଟିଭି ଫୁଟେଜ ଯାଞ୍ଚ କରିଥିଲେ ଏଥିସହ ଲୁଟ ଘଟଣା ସ୍ଥଳ ନିକଟରେ ଥିବା ବିଭିନ୍ନ ଦୋକାନ ର ମଧ୍ଯ ସିସି ଟିଭି ଫୁଟେଜ କୁ ପୋଲିସ ଯାଞ୍ଚ କରିଥିଲେ ୪ ଜଣ ଦୃର୍ବୁତ୍ତ ୨ ଟି ବାଇକ ରେ ଆସି  ଏହି ଘଟଣା ଘଟାଇଥିବା ସିସି ଟିଭି ଫୁଟେଜ ରୁ ଅନୁମାନ କରାଯାଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ