ଅବକାରୀ ବିଭାଗ ଚଢାଉ:  ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, 2 ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଅବକାରୀ ବିଭାଗକୁ ଏକ ବଡ଼ ଧରଣର ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲାରୁ 40 ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇକୁ ଏକ ଟ୍ରକର ସିକ୍ରେଟ ଚ୍ୟାମ୍ବରରେ ଲୁଚାଇ ହରିୟାନାକୁ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ଜବତ କରିବା ସହ ଏହି ଘଟଣାରେ 2 ଜଣଙ୍କୁ ଗିରଫ କରିଛନ୍ତି. ଘଟଣାରୁ ପ୍ରକାଶଯେ, ଅବକାରୀ ବିଭାଗ ପେଟ୍ରୋଲି କରୁଥିବା ବେଳେ ଗଜପତି ଜିଲ୍ଲାର ଲାବଣ୍ୟଗଡ଼ ଅଞ୍ଚଳରେ ଏକ ଟ୍ରକରୁ 40 ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇକୁ ଜବତ କରାଯାଇଥିବା ଜଣା ଯାଇଛି. କୌଣସି ଏକ ସୂତ୍ରରୁ ସୂଚନା ପାଇ ଗତକାଲି ବିଳମ୍ବିତ ରାତିରେ ଗଜପତି ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ଅବକାରୀ  ଥାନା ଅଧିକାରୀ ପ୍ରସନ୍ନ କୁମାର ପଟେଲ, ମୋବାଇଲ ଟିମ ବାଲାଜୀ ରାଓ, ଏଏସଆଇ ନୀଳାମ୍ବର ନାୟକ, ଏଏସଆଇ  ମିନତୀ ପାଇକ, ଧର୍ମରାଜୁ, ସର୍ବେଶ୍ଵର ଦାସ, ଶଙ୍କର ଜେନା, ଦୀପକ ମହାପାତ୍ରଙ୍କ ସହ ଅନ୍ୟମାନେ ଏହି ଚଢ଼ାଉ କରିଥିଲେ. ସୂଚନାନୁସାରେ, ଗଜପତି ଜିଲ୍ଲାରୁ ହରିୟାଣାକୁ ଏକ ଟ୍ରକ ଯୋଗେ 450 କିଲୋ ଗଞ୍ଜେଇକୁ ଟ୍ରକ ମଧ୍ୟରେ ଏକ ସିକ୍ରେଟ ଚ୍ୟାମ୍ବରରେ ଲୁଚାଇ ଚୋରାଚାଲାଣ କରୁଥିବା ବେଳେ ଜିଲ୍ଲା ଅବକାରୀ ଟିମ ଟ୍ରକ ଅଟକାଇ ଯାଞ୍ଚ କରିଥିଲେ. ଏହି ଯାଞ୍ଚ ବେଳେ ଉକ୍ତ ଟ୍ରକର ସିକ୍ରେଟ ଚ୍ୟାମ୍ବରରେ 450 ଗଞ୍ଜେଇକୁ ଅତ୍ୟନ୍ତ ରହସ୍ୟଜନକ ଭାବେ ରଖା ଯାଇଥିଲା. ଏହି ଗଞ୍ଜେଇ ଚାଲାଣରେ ବ୍ୟବହୃତ ସେହି ଟ୍ରକକୁ ମଧ୍ୟ ଜବତ କରାଯାଇଛି. ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 40 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି. ଏହି ଚୋରାଚାଲାଣରେ ସମ୍ପୃକ୍ତ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକର ସୁମେଶ ଲିମ୍ମା, ଜତ୍ରମ ଲିମ୍ମାଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ